ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତୀୟ ପେନସନ୍ ଯୋଜନାରେ ବୟସ ସୀମା ବୃଦ୍ଧି କରାଯାଇଛି। ଏ ନେଇ ପେନ୍‌ସନ୍‌ ଫଣ୍ଡ ଆଣ୍ଡ ରେଗୁଲୋଟରି ଅଥରିଟି (ପିଆଇଆର୍‌ଡିଏ) ପକ୍ଷରୁ ଘୋଷଣା କରାଯାଇଛି। ଆଗରୁ ଏଥିପାଇଁ ସର୍ବାଧିକ ବୟସସୀମା ୬୦ ବର୍ଷ ଥିବା ବେଳେ ଏହାକୁ ୫ ବର୍ଷ ବୃଦ୍ଧି କରାଯାଇ ୬୫ ବର୍ଷ କରି ଦିଆଯାଇଛି। ପିଇଆରଡିଏର କଣ୍ଟ୍ରାକ୍ଟର ଏହି ଘୋଷଣା କରିଛନ୍ତି।
ଜାତୀୟ ପେନ୍‌ସନ୍‌ ବ୍ୟବସ୍ଥା(ଏନ୍‌ପିଏସ୍‌) ବର୍ତ୍ତମାନ ୧୮ରୁ ୬୦ ବର୍ଷ ବୟସ୍କଙ୍କ ଲାଗି ଲାଗୁ କରାଯାଇଛି। ଭବିଷ୍ୟତରେ ଏହି ବୟସ ସୀମା ୭୦ ବର୍ଷକୁ ବୃଦ୍ଧି କରିବାକୁ ମଧ୍ୟ ଚିନ୍ତା କରାଯାଉଛି ବୋଲି ସେ କହିଛନ୍ତି।
ଦେଶର ଅଧିକାଂଶ ଲୋକ ଅନୌପଚାରିକ ଭିତ୍ତିରେ ଚାକିରି କରୁଥିବାରୁ ସେମାନଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା ନାହିଁ। ଏହି ଆଧାରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଜାତୀୟ ପେନସନ ଯୋଜନା କରାଯାଇଛି ବୋଲି କଣ୍ଟ୍ରାକ୍ଟର କହିଛନ୍ତି।

Tags: Pension, PIRDA, NPS, National Pension Scheme, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

LEAVE A REPLY

Please enter your comment!
Please enter your name here