ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନଲାଇନ୍ ବ୍ଲୁ  ହ୍ୱେଲ୍ କାୟା ବିସ୍ତାର କରି ଚାଲିଛି। ପ୍ରତିଦିନ କେଉଁଠୁ ନା କେଉଁଠୁ ମୃତ୍ୟୁ ଖବର ଆସୁଥିବା ବେଳେ ବହୁ ଲୋକ ଏହାର ଶିକାର ହୋଇ ଧରାପଡୁଛନ୍ତି। ବିଭିନ୍ନ ଗଣମାଧ୍ୟମଠାରୁ ସୋସିଆଲ ମିଡିଆରେ ଏପରି ଖେଳରୁ ଦୂରେଇ ରହିବାକୁ ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ କିଛି ଲାଭ ହେଉନାହିଁ।
ଏଭଳିସ୍ଥିତିରେ ସୋମବାର ଓଡ଼ିଶା ହାଇକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ନିର୍ଦ୍ଦେଶନାମା ସତ୍ତ୍ୱେ ଇଣ୍ଟରନେଟରେ କାହିଁକି ଘାତକ ବ୍ଲୁ ହ୍ୱେଲ ବନ୍ଦ ହୋଇନାହିଁ ତାହା ଜାଣିବା ପାଇଁ ଚାହିଁଛନ୍ତି କୋର୍ଟ।
ଆଇନଜୀବୀ ଶିବ ଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାଏର ଜନସ୍ୱାର୍ଥ ମାମଲାକୁ ବିଚାର ପାଇଁ ଉଚ୍ଚ ନ୍ୟାୟାଳୟ ଗ୍ରହଣ କରିଛନ୍ତି। କେନ୍ଦ୍ର, ରାଜ୍ୟ ଆଇଟି ସଚିବ, ଗୃହ ସଚିବ, ପୋଲିସ ଡିଜି, କ୍ରାଇମବ୍ରାଞ୍ଚ ଡିଜିଙ୍କ ସହ ପୋଲିସ କମିଶନରଙ୍କୁ ନୋଟିସ ଜାରି କରିଛନ୍ତି। ଏହାର ଇଣ୍ଟରନେଟ୍ ଲିଙ୍କ୍ ବନ୍ଦ କରିବାକୁ ଗତ ଅଗଷ୍ଟ ୧୧ରୁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ଏହାସତ୍ତ୍ୱେ ଏହି ଘାତକ ଖେଳ କାହିଁକି ବନ୍ଦ ହୋଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ଆବେଦନକାରୀ। ଆସନ୍ତା ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Tags: High Court, Social Media, Bhubaneswar News, Blue Whale, Blue Whale game, Breaking News, Human Psychology, Internet Game, Latest News, Odisha Breaking News, Odisha News, Odisha Stories, Odisha Top Stories, Online Game, Social Media, Top Stories

Comment