ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାୟକ ପାଣ୍ଠି ଓ ଦରମା ବୃଦ୍ଧି ପାଇଁ ସବୁ ଦଳର ବିଧାୟକ ଗୋଟିଏ ସ୍ୱରରେ ସ୍ୱରୋତ୍ତଳନ କରିଛନ୍ତି। ଏନେଇ ବୁଧବାର ସମସ୍ତ ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦାବି କରିଛନ୍ତି। ଏ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।
ଗତ ବଜେଟ୍‍ ଅଧିବେଶନ ବେଳେ ଅନୁରୂପ ପ୍ରସଙ୍ଗକୁ କଂଗ୍ରେସ ବିଧାୟକ ନବ କିଶୋର ଦାସ ଉଠାଇଥିଲେ। ଦୈନନ୍ଦିନ ଜୀବନରେ ସବୁ ଦରଦାମ ବଢ଼ୁଥିବାରୁ ବିଧାୟକ ପାଣ୍ଠି ଓ ଦରମା ବୃଦ୍ଧି କରିବାକୁ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ବିଧାୟକମାନେ ମାସକୁ ୧୬ ହଜାର ଟଙ୍କା ଦରମା ଏବଂ ଅନ୍ୟନ୍ୟ ଭତ୍ତାକୁ ମିଶାଇ ୬୦ ହଜାର ଟଙ୍କା ପାଉଛନ୍ତି। ଏଣୁ ଏହାକୁ ବିଚାର କରିବାକୁ ଶ୍ରୀ ଦାସ ଦାବି କରିଥିଲେ।
ସେହିପରି ବିଧାୟକ ପାଣ୍ଠି ୧ କୋଟିରୁ ୫ କୋଟିକୁ ବୃଦ୍ଧି କରିବାକୁ ଶ୍ରୀ ଦାସ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ବିଧାୟକ ନବ ଦାସଙ୍କ ଏହି ଦାବିକୁ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝି, ବିଜେଡି ବିଧାୟକ ମହେଶ ସାହୁ, ବିଜେପି ବିଧାୟିକା ରାଧାରାଣୀ ପଣ୍ଡା, ଦେବାଶୀଷ ନାୟକ ଏହି ଦାବିକୁ ସମର୍ଥନ କରିଥିଲେ।
ତେଲେଙ୍ଗାନା ରାଜ୍ୟର ଜଣେ ବିଧାୟକ ମାସକୁ ଅଢେ଼ଇ ଲକ୍ଷ ଟଙ୍କା ପାଉଥିବା ବେଳେ ଆନ୍ଧ୍ରପ୍ରଦେଶ ବିଧାୟକ ୧.୨୫ ଲକ୍ଷ ପାଉଛନ୍ତି। ଛତିଶଗଡରେ ବିଧାୟକମାନେ ୧.୧୦ ଲକ୍ଷ ପାଉଛନ୍ତି। ଦିଲ୍ଲୀ ବିଧାୟକମାନଙ୍କ ଦରମା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨୦୧୫ରେ ଏକ ବିଲ୍‍ ଆଗତ କରିଥିଲେ। ଏହି ଅନୁଯାୟୀ ବିଧାୟକମାନେ ଏବେ ୨.୧୦ ଲକ୍ଷ ଟଙ୍କା ପାଉଛନ୍ତି।

Tags: Naveen Patnaik, MLAs, Assembly, Odisha Assemble, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

LEAVE A REPLY

Please enter your comment!
Please enter your name here