ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ପ୍ରଥମ ଥର ପାଇଁ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଶିଳାନ୍ୟାସ ଗୁରୁବାର ହେବାକୁ ଯାଉଛି। ଏଥିପାଇଁ ଜାପାନ୍ ସହଯୋଗର ହାତ ବଢ଼ାଇଛି। ୫ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷ ହେବ। ଅହମ୍ମଦାବାଦରୁ ମୁମ୍ବାଇ ପର୍ଯ୍ୟନ୍ତ ଏହି ଟ୍ରେନ୍ ଚଳାଚଳ କରିବ। ତେବେ ଏହି ବୁଲେଟ୍ ଟ୍ରେନ୍‌ରେ କ’ଣ ସୁବିଧା ରହିଛି ସେ ସମ୍ପର୍କରେ ୯ଟି ଜାଣିବା କଥା।
ବୁଲେଟ ଟ୍ରେନ୍‌ରେ ରହିଥିବା ସୁବିଧା
୧. ୧୦ କୋଚ୍ ବିଶିଷ୍ଟ ବୁଲେଟ୍ ଟ୍ରେନରେ ୭୫୦ ଜଣ ଯାତ୍ରୀ ଯାତ୍ରା କରିବେ। ପ୍ରତିଦିନ ଏଥିରେ ୩୬ ହଜାର ଲୋକ ଯାତ୍ରା କରିପାରିବେ।
୨.୨୦୫୩ ମସିହା ସୁଦ୍ଧା ଏଥିରେ ୧,୮୬,୦୦୦ ଯାତ୍ରୀ ପ୍ରତିଦିନ ଯାତ୍ରା କରି ପାରିବେ ବୋଲି ଆକଳନ କରାଯାଇଛି।
୩. ଭବିଷ୍ୟତରେ ୧୬ କୋଚ ବିଶିଷ୍ଟ ବୁଲେଟ୍ ଟ୍ରେନ୍ ଚଳାଚଳ କରିବାର ଯୋଜନା ରହିଛି।
୪. ୨୦୨୨ ସୁଦ୍ଧା ପ୍ରକଳ୍ପ ନିର୍ମାଣ ଶେଷ ହେବ। ଏଥିପାଇଁ ୧,୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ।
୫. ବୁଲେଟ୍ ଟ୍ରେନ୍ ଭଡା ୫୯୮ କି.ମି ଦୂରତା ଲାଗି ୨,୭୦୦ରୁ ୩,୦୦୦ ଟଙ୍କା ରହିବ।
୬. ଗୋଟିଏ ରୁଟ୍‌ରେ ପ୍ରତିଦିନ ୩୫ଟି ଟ୍ରେନ୍ ଚାଲିବ।
୭. ଅହମ୍ମଦାବାଦରୁ ଗୁଜୁରାଟ ମଧ୍ୟରେ ୧୨ଟି ଷ୍ଟପେଜ୍ ରହିବ।
୮.୧୨ଟି ଷ୍ଟେଶନରେ ଷ୍ଟପେଜ୍ ପାଇଁ ବୁଲେଟ୍ ଟ୍ରେନ୍ ମୋଟ ୨ ଘଣ୍ଟା ୫୮ ମିନିଟ୍ ସମୟ ନେବ।
୯.ଘଣ୍ଟାକୁ ୩୫୦ କି.ମି ବେଗରେ ଯିବ ବୁଲେଟ୍ ଟ୍ରେନ୍।

Tags: Bullet Train, Train Project, Travel, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment