ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଙ୍ଗଳବାର ଭଳି ବୁଧବାର ମଧ୍ୟ ଓଡ଼ିଶା ବିଧାନସଭାରେ ପିସି ତାତି ଦେଖିବାକୁ ମିଳିଛି। ପିସି କାରବାର ବନ୍ଦ ଦାବିରେ ବିରୋଧୀ ସଭ୍ୟ ହଟ୍ଟଗୋଳ କରିବାରୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ କରିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ପିସି ବନ୍ଦ ପାଇଁ ଆହ୍ୱାନ ଦେଇଛନ୍ତି। ହେଲେ ଗୃହରେ ଏହି ପ୍ରସଙ୍ଗରେ ଆଲୋଚନା କରୁନାହାନ୍ତି। ବାଚସ୍ପତି ଜାଣିଶୁଣି ଏହି ପ୍ରସଙ୍ଗରେ ଆଲୋଚନା ବନ୍ଦ କରିଛନ୍ତି।
ବିଜେପି ସଭ୍ୟ ରବି ନାଏକ କହିଛନ୍ତି, ତୃତୀୟ ମହଲାରୁ ଆରମ୍ଭ କରି ସବୁଆଡେ ପିସି କାରବାର ଚାଲିଛି। ପିସି କାରବାର ଯୋଗୁ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଛି। ସରକାର ତୁରନ୍ତ ଲୋକାୟୁକ୍ତ ଗଠନ କରିବାକୁ ସେ ଦାବି କରିଛନ୍ତି।
ମଙ୍ଗଳବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠିଥିଲା। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇଥିଲେ। ବାହିନୀପତି ତୃତୀୟ ମହଲାକୁ ସମାଲୋଚନା କରିଥିଲେ। କହିଥିଲେ ତୃତୀୟ ମହଲା ହିଁ ହେଉଛି ଦୁର୍ନୀତିଗର ଗନ୍ତା ଘର। ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ତୃତୀୟ ମହଲାର ଅଫିସରମାନେ ନିଯୁକ୍ତି ଦେଉଛନ୍ତି। ଦରକାର ପଡିଲେ ତୃତୀୟ ମହଲା ଅଫିସରଙ୍କୁ ପିଟିବି ବୋଲି ବାହିନୀପତି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥିଲେ।

Tags: Assembly, Bhubaneswar News, Breaking News, Latest News, MLAs, Naveen Patnaik, Odisha Assemble, Odisha Breaking News, Odisha News, Odisha Stories, Odisha Top Stories, Top Stories

 

Comment