ଓଡ଼ିଶାଲାଇଭ୍‍ ବ୍ୟୁରୋ

ପାଞ୍ଚ ବର୍ଷ ମଧ୍ୟରେ ଦେଶର ପ୍ରଥମ ବୁଲେଟ ଟ୍ରେନ ଦୌଡିବ। ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ଚାଲିବାକୁ ଥିବା ଟ୍ରେନ ୨୦୨୨ ସ୍ଵାଧୀନତା ଦିବସରୁ ଯାତ୍ରା ଆରମ୍ଭ କରିବ। ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ସ୍ଵାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀ ଏହି ଉପହାର ପାଇବେ।
ଖବର ଅନୁସାରେ ମୁମ୍ବାଇ ଓ ଅହମ୍ମଦାବାଦ ୫୦୮ କିମି ରାସ୍ତା ପାଇଁ ମାତ୍ର ଦୁଇ ଘଣ୍ଟା ଲାଗିବ ଓ ଏଥିମଧ୍ୟରୁ ୭ କିମି ରାସ୍ତା ସମୁଦ୍ର ତଳେ ରହିବ।‍
ବୁଲେଟ୍‌ ଟ୍ରେନ ର ଭଡ଼ା ଫ୍ଲାଇଟ ତୁଳନାରେ ଶସ୍ତା ହେବ। ରାଜଧାନୀ ଏକ୍ସପ୍ରେସ ଟୁ ଟାୟାର ଭଡ଼ା ସମାନ ହେବ ବୋଲି କହିଛନ୍ତି ଜଣେ ରେଳ ଅଧିକାରୀ। ପ୍ରଥମ ଯାତ୍ରାରେ ୭୫୦ ଜଣ ଯାତ୍ରୀ ଯାଇ ପାରିବେ। ଏଥିରେ ଇକୋନୋମି ଓ ଏକ୍‌ଜିକ୍ୟୁଟିଭ୍‌ ଶ୍ରେଣୀ ରହିବ। ପ୍ରଥମେ ୧୦ଟି ଓ ପରେ ଏହା ବଢ଼ି ୧୬ଟି କୋଚ୍ ହେବ।
ପ୍ରଥମ ପର୍ଯ୍ୟାୟରେ ୫୩ଟି ବୁଲେଟ୍‌ ଟ୍ରେନ ଯାତାୟତ କରିବ। ୨୦୫୩ ବେଳକୁ ଏହି ସଂଖ୍ୟା ବୃଦ୍ଧି ପାଇ ୧୦୫ ହେବ। ଦିବ୍ୟାଙ୍ଗ, ମହିଳା ଓ ଶିଶୁଙ୍କ ପାଇଁ ଏଥିରେ ବିଶେଷ ବ୍ୟବସ୍ଥା ରହିବ। ରୋଗୀମାନଙ୍କ ପାଇଁ ମଧ୍ୟ ଆବଶ୍ୟକ ସୁବିଧା ରହିବ ବୁଲେଟ ଟ୍ରେନ୍‌ରେ। ମା’ମାନେ ଛୁଆଙ୍କୁ ଟ୍ରେନ ଭିତରେ କ୍ଷୀର ଖାଇବାକୁ ମଧ୍ୟ ଦେଇ ପାଇପାରିବେ।
ଏହି ପ୍ରକଳ୍ପ ପାଇଁ ୧୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରୁ ୮୮ ହଜାର କୋଟି ଜାପାନ ସରକାରଙ୍କଠାରୁ ଋଣ ଆକାରରେ ଆସିବ। ୫୦ ବର୍ଷ ଭିତରେ ଏହି ଋଣ ସୁଝା ହେବ। ଏହି ଋଣ ପାଇଁ ୦.୧ ପ୍ରତିଶତ ସୁଧ ଭାରତ ସରକାର ଦେବେ।
ଏହି ପ୍ରକଳ୍ପ ନିର୍ମାଣ ବେଳେ ୨୦ ହଜାର ଲୋକ ଚାକିରି ପାଇବେ। ଏଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ। ସବୁଠାରୁ ବଡ଼ କଥା ହେଉଛି ଏହି ୫୦୮ କିମିର ଟ୍ରାକ ଉପରେ ରହିବ (ଏଲିଭେଟେଡ) ହେବ।

Tags: Bhubaneswar News, Breaking News, Bullet Train, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories, Train Project, Travel

Comment