ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲତା ମଙ୍ଗେସକରଙ୍କ ଲୋକପ୍ରିୟ ହିନ୍ଦୀ ଗୀତ ‘ତେରେ ବିନା ଜିନ୍ଦଗି ସେ କୋଇ ସିକ୍ୱା ନହିଁ’ ଉପରେ ଆଧାରିତ କଭର୍‍ ସଙ୍ଗ୍‌ ଓଡ଼ିଶାଲାଇଭ୍ ଡିଜିଟାଲ ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି। ଯୁବ ଓଡ଼ିଆ ଗାୟିକା ବର୍ଣ୍ଣାଳି ହୋତାଙ୍କ ପ୍ରସ୍ତୁତ ଏହି କଭର୍‍କୁ ୱେବ୍ ଚ୍ୟାନେଲ ଓଡ଼ିଶାଲାଇଭ୍ ଏହାର ୟୁଟ୍ୟୁବ୍ ଏବଂ ଅନ୍ୟ ସୋସିଆଲ ମିଡିଆ ଚ୍ୟାନେଲରେ ପ୍ରସାରଣ କରିଛି।
ବର୍ଣ୍ଣାଳି ଏହି କଭରର ନାଁ ଦେଇଛନ୍ତି ‘ଆର୍‌ଜୁ’। ଏହି ଭିଡିଓ ସଙ୍ଗରେ ସେ ଅଭିନୟ କରିଥିବାରୁ ବର୍ଣ୍ଣାଳିଙ୍କ ଫ୍ୟାନମାନଙ୍କ ପାଇଁ ଏହା ଏକ ନୂଆ ଆକର୍ଷଣ ହେବ।
ବର୍ଣ୍ଣାଳି କହିଛନ୍ତି, ”ଲତା ମଙ୍ଗେସକରଙ୍କ ଏହି ହୃଦୟସ୍ପର୍ଶୀ ସଙ୍ଗୀତକୁ ମୁଁ ମୋ ସ୍ୱରରେ ଉପସ୍ଥାପନ କରିବାକୁ ଚେଷ୍ଟା କରିଛି। ଭାବୁଛି ଦର୍ଶକ ଏବଂ ଶ୍ରୋତା ଏହାକୁ ପସନ୍ଦ କରିବେ। ଏହାକୁ ଡିଜିଟାଲ ମିଡିଆ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଗେଇ ଆସିଥିବା ‘ଓଡ଼ିଶାଲାଇଭ୍‌’ ଟିମ୍‌କୁ ମୁଁ ଧନ୍ୟବାଦ ଦେଉଛି।”
“ବର୍ଣ୍ଣାଳିଙ୍କ ଭଳି ଓଡ଼ିଶାର ଯୁବ ସଙ୍ଗୀତ ପ୍ରତିଭାଙ୍କୁ ୱେବ୍‌ ଓ ସୋସିଆଲ ମିଡିଆ ଦର୍ଶକମାନଙ୍କ ସହ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍‌ର ଏହା ଏକ ପ୍ରୟାସ। ମୁଁ ଆଶା କରୁଛି ସର୍ବଭାରତୀୟ ସ୍ତରରେ ଅନ୍ୟ ଭାଷାର ଲତା-ପ୍ରେମୀମାନେ ଏହାକୁ ପସନ୍ଦ କରିବେ”, ଆର୍‌ଜୁ ମୁକ୍ତିଲାଭ କରିବା ଅବସରରେ କହିଛନ୍ତି ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ଓ ସିଇଓ ନୀଳାମ୍ବର ରଥ।
ଏହି ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ତୁଷାରକାନ୍ତ ସ୍ୱାଇଁ। ହାଇ ଡେଫିନିସନ୍‍ ଭିଡିଓ ସହ ଏଥିରେ ବର୍ଣ୍ଣାଳିଙ୍କ ଅଭିନୟ ଡିଜିଟାଲ୍‌ ଦର୍ଶକମାନଙ୍କୁ ଆକର୍ଷିତ କରିବେ ବୋଲି ଓଡ଼ିଶାଲାଇଭ୍‌ ଡିଜିଟାଲ୍‌ ଟିମ୍‍ ଆଶାପ୍ରକାଶ କରିଛନ୍ତି।
ବର୍ଣ୍ଣାଳିଙ୍କ ଏହି ଆକର୍ଷଣୀୟ କଭର୍‌ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍‍ ଚ୍ୟାନେଲ୍‌ www.youtube.com/odishaliveରେ ମୁକ୍ତିଲାଭ କରିଛି। ଏହାର ପୋଷ୍ଟର ଏବଂ ଟିଜର୍‍ ଓଡ଼ିଶାଲାଇଭ୍‌ର ଫେସବୁକ୍‍ ପେଜ୍‌ରେ ଲୋକଙ୍କ ଦ୍ୱାରା ବେଶ୍‌ ଆଦୃତ ହୋ‍ଇଥିଲା। ବର୍ଣ୍ଣାଳିଙ୍କ ଏହି ଗୀତ ଓଡ଼ିଶାଲାଇଭ୍‌ ଚ୍ୟାନେଲ୍‌ରେ ୧୦ ଲକ୍ଷରୁ ଅଧିକ ଭ୍ୟୁଜ୍‍ ହାସଲ କରି ‘୧ ମିଲିଅନ୍‍’ କ୍ଲବ୍‌ରେ ଯୋଗ ଦେଇଛି।

Tags: Aarzoo, Barnali Hota, Bhubaneswar News, Breaking News, Digital Media, Digital Release, Cover Song, Bollywood Song, Hindi Song, Lata Mangeshkar, Latest News, media, Nilambar Rath, Odisha Breaking News, Odisha News, Odisha Stories, Odisha Top Stories, OdishaLIVE, Tere Bina Zindagi Se, Top Stories, Tusarkant Swain, Lata Superhit, Old Bollywood Song

Comment