ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଜାପାନ ମଧ୍ୟରେ ଆରମ୍ଭ ହୋଇଛି ସମ୍ପର୍କ ନୂଆ ଅଧ୍ୟାୟ। ଏହାର ଫଳସ୍ୱରୂପ ଜାପାନ ସରକାରଙ୍କ ସହାୟତାରେ ଭାରତରେ ଆରମ୍ଭ ହେବାକୁ ଯାଉଛି ବୁଲେଟ୍‍ ଟ୍ରେନ୍‍ ଜାପାନ ଭଳି ଭାରତରେ ଗଡିବ ବୁଲେଟ ଟ୍ରେନ୍‍।
ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବୁଲେଟ୍‍ ଟ୍ରେନ୍‍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଗୁଜୁରାଟର ଅହମ୍ମଦାବାଦଠାରେ ଏହି ଶିଳାନ୍ୟାସ କରିଛନ୍ତି ଉଭୟ ଦେଶର ପ୍ରଧାନମନ୍ତ୍ରୀ।  ଏହି ପ୍ରକଳ୍ପ ୨୦୨୨ ସୁଦ୍ଧା ଶେଷ ହେବ। ଅହମ୍ମଦାବାଦ-ମୁମ୍ବାଇ ମଧ୍ୟରେ ବୁଲେଟ୍‍ ଟ୍ରେନ୍‍ ଚଳାଚଳ କରିବ।
“ଭାରତ ଓ ଜାପାନ ମଧ୍ୟରେ ଏକ ଐତିହାସିକ ଯୁଗ ଆରମ୍ଭ ହୋଇଛି। ମୋଦିଙ୍କୁ ଦୂରଦର୍ଶୀ ବୋଲି ପ୍ରଶଂସା କରିଛନ୍ତି। ମେକ୍‍ ଇନ୍‍ ଇଣ୍ଡିଆ ପାଇଁ ଜାପାନ୍‍ ସବୁ ପ୍ରକାର ସହାୟତା ଯୋଗାଇ ଦେବ। ବୁଲେଟ୍‍ ଟ୍ରେନ୍‍ ସବୁଠୁ ସୁରକ୍ଷିତ ସେବା। ଦିନ ଆସିବ ସାରା ଭାରତରେ ବୁଲେଟ୍‍ ଟ୍ରେନ୍‍ ଚାଲିବ”, ପ୍ରକଳ୍ପ ଶିଳାନ୍ୟାସ ଅବସରରେ କହିଛନ୍ତି ସିଞ୍ଜୋ ଆବେ।
ଭାରତ-ଜାପାନ ଦ୍ୱିପାକ୍ଷିକ ଆଲୋଚନା ପାଇଁ ସିଞ୍ଜୋ ଆବେ ବୁଧବାର ଅପରାହ୍ନରେ ଅହମ୍ମଦାବାଦଠାରେ ପହଞ୍ଚିଥିଲେ। ତାଙ୍କୁ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଥିଲେ। ଉଭୟ ଏକ ରୋଡ ସୋ’ରେ ସାବରମତୀ ଆଶ୍ରମ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
“ଗୁଜୁରାଟ ମାଟିରେ ଜାପାନ୍‍ ପ୍ରଧାନମନ୍ତ୍ରୀଙ୍କୁ ସିଞ୍ଜୋ ଆବେଙ୍କୁ ସ୍ୱାଗତ କରୁଛି। ଦେଶର ବିକାଶରେ ରେଳପଥର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବୁଲେଟ୍‍ ଟ୍ରେନ୍‍ ଯୋଗୁଁ ଜାପାନର ବିକାଶ ହୋଇଛି। ଆଗାମୀ ଦିନରେ ଭାରତର ମଧ୍ୟ ବିକାଶ ହେବ”, କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଏହି ପ୍ରକଳ୍ପ ପାଇଁ ୧୧୦ ହଜାର କୋଟି ଖର୍ଚ୍ଚ ହେବ। ୮୮ ହଜାର କୋଟି ଜାପାନ ସରକାରଙ୍କଠାରୁ ଋଣ ଆକାରରେ ଆସିବ। ୫୦ ବର୍ଷ ଭିତରେ ଏହି ଋଣ ସୁଝିବ ଭାରତ।

Tags: Ahmadabad-Mumbai, Make in India, Shinzo Abe, Bullet Train, Narendra Modi, Bullet Train Project, Bhubaneswar News, Breaking News, Bullet Train, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories, Train Project, Travel

Comment