ଓଡ଼ିଶାଲାଇଭ୍ ବ୍ୟୁରୋ

ଜାପାନ୍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ତାଙ୍କ ସହ ପତ୍ନୀ ଆକି ଆବେ ମଧ୍ୟ ଆସିଛନ୍ତି। ଅହମ୍ମଦାବାଦରୁ-ମୁମ୍ବାଇ ପର୍ଯ୍ୟନ୍ତ ଚାଲିବାକୁ ଥିବା ବୁଲେଟ୍ ଟ୍ରେନର ଶିଳାନ୍ୟାସ କରିଛନ୍ତି ସିଞ୍ଜୋ ଆବେ। ହେଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିଥି ସତ୍କାରରେ ଲାଗି ପଡିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କ ଖାଇବା ପଇବାରେ ଯେପରି ଅସୁବିଧା ନ ହୁଏ ସେଥିପ୍ରତି ମୋଦି ବିଶେଷ ଧ୍ୟାନ ଦେଇଛନ୍ତି।
ମୋଦି ଜାପାନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କ ପାଇଁ ବୁଧବାର ଅହମ୍ମଦାବାଦର ପ୍ରସିଦ୍ଧ ଅଗସିୟେ ରେଷ୍ଟୁରାଣ୍ଟରେ ରାତ୍ରିଭୋଜନ ବ୍ୟବସ୍ଥା କରିଥିଲେ। ଏଥିରେ ରହିଥିଲା ୩୦ ପ୍ରକାରର ଶାକାହାରି ଭାରତୀୟ ଖାଦ୍ୟ।
ସିଞ୍ଜୋ ଆବେଙ୍କ ମେନ୍ୟୁରେ ଥିଲା- ଖମନ୍, ଢ଼ୋକ୍‌ଲା, ଗୋଟା ଫ୍ରିଟରସ୍, ମୁଶୀ ରାଇସ୍, ସୌସି କଡି, ଖେଚୁଡି, ଭକ୍ରି, ରୋଟ୍ଲା ଭଳି ସ୍ୱାଦିଷ୍ଟ ଖାଦ୍ୟ। ଏହାସହ ସେଭ୍ ଟମାଟୋ, ମିକ୍ସଡି ଭେଜିଟେବୁଲ୍, ଗାରଲିକ ପଟାଟୋ ଡିସ୍, ଡାଲ୍‌ ବି ସ୍ଥାନ ପାଇଥିଲା। ସେହିପରି ଡିନରରେ ଜାପାନର ଅନେକ ସ୍ୱାଦିଷ୍ଟ ଖାଦ୍ୟ ସ୍ଥାନ ପାଇଥିଲା।
ଗୁରୁବାର ମଧ୍ୟାହ୍ନରେ ମୋଦି ନିରାମିଷ ଭୋଜନ ପୁଣି ଆୟୋଜନ କରିଥିଲେ। ତେବେ ଏଥିରେ ଜାପାନର ପାରମ୍ପରିକ ଖାଦ୍ୟ ସ୍ଥାନ ପାଇଥିଲା। ସିଞ୍ଜୋ ଆବେ ଅହମ୍ମଦାବାଦର ପଞ୍ଚ ତାରକା ହୋଟେଲ ‘ହ୍ୟାଟ୍’ରେ ରହୁଥିବା ବେଳେ ମୋଦି ରାଜଭବନରେ ରହୁଛନ୍ତି।

Tags: Ahmadabad-Mumbai, Bhubaneswar News, Breaking News, Bullet Train, Bullet Train Project, Latest News, Make in India, Narendra Modi, Odisha Breaking News, Odisha News, Odisha Stories, Odisha Top Stories, Shinzo Abe, Top Stories, Train Project, Travel

Comment