ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟାଟା କମ୍ପାନୀ ଟେଲିକମ୍‍ ବ୍ୟବସାୟରୁ ଓହରିବ। ଖୁବ୍ ଶୀଘ୍ର ଏ ନେଇ ଘୋଷଣା କରାଯିବ। ଗ୍ରୁପ୍‌ର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ ଟାଟା ଟେଲିସର୍ଭିସକୁ ପୂରାପୂରି ବନ୍ଦ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଯଦି ଟାଟା ଟେଲିସର୍ଭିସ ବନ୍ଦ ହୁଏ ଟାଟା ସଂସ୍ଥାର ୧୪୯ ବର୍ଷର ଇତିହାସରେ ଏହା ପ୍ରଥମ ଘଟଣା ହେବ।
୩୪ ହଜାର କୋଟି ଟଙ୍କାର ଋଣ
ଟାଟା ଟେଲିସର୍ଭିସ ଉପରେ ୩୪ ହଜାର କୋଟି ଟଙ୍କାର ଋଣ ରହିଥିବା ବେଳେ ଏହି ନିଷ୍ପତ୍ତି ନେଲେ ମୂଳ କମ୍ପାନୀର ବାଲାନ୍‌ସ  ସିଟ୍ ଉପରେ ନକରାତ୍ମକ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି। ଟାଟା ପାଖରେ ବର୍ତ୍ତମାନ ଉଭୟ ଜିଏସଏମ୍ ଓ ସିଡିଏମ୍‌ଏ ସର୍ଭିସ ପାଇଁ ଲାଇସେନ୍‌ସ ରହିଛି।
ଟାଟା ଡୋକୋମୋର ପ୍ରାୟ ସାଢ଼େ ୪ କୋଟି ଗ୍ରାହକ ଥିବାବେଳେ ଏହି ନିଷ୍ପତ୍ତି ଗ୍ରାହକ ମହଲରେ କ୍ଷୋଭ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ଟାଟା ଡୋକୋମୋର ମାର୍କେଟ ସେୟାର ହେଉଛି ମାତ୍ର ୪ ପ୍ରତିଶତ। ନିଜ ଟେଲିକମ୍‍ ବ୍ୟବସାୟକୁ ଅନ୍ୟକୁ ଦେଇଦେବା ପାଇଁ କମ୍ପାନି ଭାରତୀ ଏୟାରଟେଲ ଓ ଜିଓ ସହିତ ଆଲୋଚନା ଆରମ୍ଭ କରିବେ ବୋଲି ଖବର ମିଳିଛି। ପୂର୍ବରୁ ଭୋଡାଫୋନ ସହିତ କଥାବାର୍ତ୍ତା ଚାଲିଥିଲା। କିନ୍ତୁ ଭାଲୁଏସନ୍‌ ସ୍ତର‍ରେ ହିଁ କଥା ଅଟକିଗଲା।
କେବଳ ଟେଲିକମ୍ ବ୍ୟବସାୟ ନୁହେଁ, ଟାଟା କର୍ତ୍ତୃପକ୍ଷ ତା’ର ଡିଟିଏଚ ସର୍ଭିସକୁ ମଧ୍ୟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହା ପାଇଁ ଖରିଦଦାର ମିଳୁନାହାଁନ୍ତି। ଏଥିନିମନ୍ତେ ଏକ କନସୋର୍ଟିଅମ୍ ଗଠନ ପାଇଁ ଏସବିଆଇ ସହିତ କମ୍ପାନୀ କଥା ଚଳାଇଛି।

Tags: Tata Docomo Ltd, Tata Docomo, Ratan Tata, N Chandrasekaran, Telecom Service, DTH Service. Vodafone, SBI, Airtel, Jio, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment