ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେବି କଲେଜ ଛାତ୍ରୀନିବାସକୁ ବୋମାମାଡ଼ ହେବା ପରେ ଶନିବାର ବାଣୀବିହାର ଲେଡିଜ୍ ହଷ୍ଟେଲ ଟାର୍ଗେଟ ହୋଇଛି। ଶନିବାର ଅପରାହ୍ନରେ ଲେଡିଜ୍ ହଷ୍ଟେଲକୁ ବୋମାମାଡ଼ ହୋଇଥିବାରୁ କ୍ୟାମ୍ପସରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଖବର ମିଳିବା ମାତ୍ରେ ସହିଦନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ କମିଶନର ୱାଇ.ବି ଖୁରାନିଆ ମଧ୍ୟ ବାଣୀବିହାର କ୍ୟାମ୍ପସରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ସନ୍ଦେହ କରାଯାଉଛି ।
ଗୁରୁବାର ବିଜେବି କଲେଜ ଛାତ୍ରୀନିବାସକୁ ଟାର୍ଗେଟ କରି ବୋମାମାଡ଼ କରାଯାଇଥିଲା। ଏଥିରେ କେହି ଆହତ ହୋଇ ନଥିଲେ ମଧ୍ୟ କ୍ୟାମ୍ପସ ସରଗରମ୍ ହୋଇଯାଇଥିଲା। ଏହାକୁ ନେଇ ବିଜେବି କ୍ୟାମ୍ପସରେ ଅଶାନ୍ତ ବାତାବରଣ ଲାଗି ରହିବାରୁ କଲେଜ କର୍ତ୍ତୃପକ୍ଷ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛନ୍ତି।
ଏପଟେ ଛତ୍ରପୁର କଲେଜରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ବୋମାମାଡ଼ ହୋଇଛି। କଲେଜ ନିର୍ବାଚନରେ ଅଣଛାତ୍ରମାନେ ମୁଣ୍ଡ ଖେଳାଉଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା କୁହାଯାଉଛି।
ବାଣୀବିହାର ଛାତ୍ରୀନିବାସ ଉପରେ ବୋମାମାଡ଼ ହେବା ପରେ କ୍ୟାମ୍ପସ ଅଶାନ୍ତ ରହିଛି। ଫଳରେ କ୍ୟାମ୍ପସରେ ୧୪୪ ଧାରା ଜାରି କରାଯାଇଛି। କୌଣସି ଅଘଟଣ ଏଡାଇବା ପାଇଁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ସେହିପରି କ୍ୟାମ୍ପସରେ ଆଉ ଜଣେ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ସଂପୃକ୍ତ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି।
Tags: BJB College, Y B Khurania, Vani Vihar College, Election, College Election, Utkal University, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

LEAVE A REPLY

Please enter your comment!
Please enter your name here