ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଏମିତି ଡାନ୍‌ସ ବାବୁସାନ୍ ଆଗରୁ କେବେ କରିନାହାନ୍ତି ବୋଲି ମୋତେ କହିଲେ। ଗିରିଶ ମହାନ୍ତିଙ୍କ କୋରିଓଗ୍ରାଫିରେ ଆମେ ସୁଟିଂ ପୂର୍ବରୁ ବହୁତ ଅଭ୍ୟାସ କରିଛୁ,ଯେପରିକି ଦର୍ଶକଙ୍କୁ ଏହା ଭଲ ଲାଗିବ” କହିଛନ୍ତି ଭୂମିକା।

‘ଗୋରୀ ଟିକେ ହେଇଯାଉ ହେଇଯାଉ ଡିଜେୱାଲା ଡାନ୍‌ସ’…. ହିରୋ ନଂ ୧ର ଏହି ଗୀତ ଏବେ ଡିଜିଟାଲ୍ ମିଡିଆରେ ଚହଳ ପକାଇଛି। ଗୀତର ମ୍ୟୁଜିକ୍ ସାଙ୍ଗକୁ ଲାଇଟିଂ, ସେଟ୍‌, କଷ୍ଟ୍ୟୁମ୍ ଓ ଡାନ୍‌ସ ସବୁକିଛି ଓଲିଉଡ୍‍ ଦର୍ଶକମାନଙ୍କ ପାଇଁ ନିଆରା।
ଭୂମିକାଙ୍କ ହଟ୍, ବୋଲ୍‌ଡ ଲୁକ୍‌ସ ସାଙ୍ଗକୁ ବାବୁସାନଙ୍କ ସହ ଯୋଡ଼ିଦାର ଟ୍ୱିଷ୍ଟୱାଲା ଡାନ୍‌ସ ସିନେପ୍ରେମୀଙ୍କୁ ବଲିଉଡ୍‌‍ର ସ୍ୱାଦ ଦେଉଛି।
“ଏମିତି ଡାନ୍‌ସ ବାବୁସାନ୍ ଆଗରୁ କେବେ କରିନାହାନ୍ତି ବୋଲି ମୋତେ କହିଲେ। ଗିରିଶ ମହାନ୍ତିଙ୍କ କୋରିଓଗ୍ରାଫିରେ ଆମେ ସୁଟିଂ ପୂର୍ବରୁ ବହୁତ ଅଭ୍ୟାସ କରିଛୁ, ଯେପରିକି ଦର୍ଶକଙ୍କୁ ଏହା ଭଲ ଲାଗିବ” କହିଛନ୍ତି ଭୂମିକା। ଯାହାହେଉ, ଲିଫଟିଙ୍ଗ୍ ବେଳେ ବାବୁସାନ୍ ମୋତେ ତଳେ ପକାଇ ନାହାନ୍ତି, ହସି ହସି କହନ୍ତି ଭୂମିକା।
କେବଳ ସେତିକି ନୁହେଁ ଏହି ଗୀତର ଲୁକ୍‌ସ ପାଇଁ ବାବୁସାନଙ୍କ ଉପରେ ବହୁତ ଏକ୍ସପେରିମେଣ୍ଟ କରାଯାଇଛି। ହେୟାର୍‌କଟ୍‌ଠୁ ନେଇକି ହେୟାର କଲର କରିବା ଆଉ ତା’ ପରେ କଷ୍ଟ୍ୟୁମ ପାଇଁ ମଧ୍ୟ ବହୁତ ପରିଶ୍ରମ କରାଯାଇଛି।
“ବାବୁସାନ୍‌ଙ୍କ ସହ ମ୍ୟାଚ୍ କରିବା ପାଇଁ ମୋ ଡାଏଟିସିଆନଙ୍କ ପରାମର୍ଶ ଅନୁଯାୟୀ ଓଜନ ମଧ୍ୟ ବଢ଼େଇଛି। ଗୀତରେ କେଉଁଠି ସଫ୍ଟ ଲୁକ୍‌ସ ତ କେଉଁଠି ହଟ୍ ଓ ବୋଲ୍‌ଡ ଲୁକ୍‌ସ ଦେବାର ଥିଲା। ଏସବୁ ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଛି” କହିଛନ୍ତି ଭୂମିକା।
‘ଡିଜେୱାଲା ଡାନ୍‌ସ’ ଗୀତଟି ପ୍ରାୟ ଦୁଇ ଦିନରେ ଜଗତପୁର ଓ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡ଼ିଓଠାରେ ସୁଟିଂ କରାଯାଇଛି। ଏଥିରେ ଭୂମିକା ପିନ୍ଧିଥିବା ଡ୍ରେସ୍‌କୁ ଇନୋଭେଟିଭ୍ ଲୁକ୍‌ସ ଦେବା ପାଇଁ ସୁଟିଂ ସମୟରେ ମଧ୍ୟ ତାକୁ ଇମ୍ପ୍ରୋଭାଇଜ୍ କରାଯାଇଛି। ତେବେ ଜର୍ସି ଟପ୍ ପିନ୍ଧିଥିବା ବାବୁସାନ୍‌ ତାଙ୍କୁ ଲିଫ୍‌ଟ କରିବା ପୋଜିସନ୍‌ରେ ଦୁହେଁ ପରଫେକ୍ଟ ଯୋଡ଼ି ଭାବେ ନଜର ଆସୁଛନ୍ତି।

Tags: DJ wala Dance, Ollywood, Ollywood Song, Hero No 1, Babushan, Bhumika, Odia Cine News, Odia Cinema, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment