ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେକ୍ସିକୋରେ ଏକ ବଡ଼ ଧରଣର ଭୂମିକମ୍ପ ଆସିଛି। ଏହା ଫଳରେ ବୁଧବାର ଅପରାହ୍‌ଣ ପର୍ଯ୍ୟନ୍ତ ୨୫୦ ଲୋକଙ୍କ ପ୍ରାଣହାନୀ ଘଟିଛି। ଏଥିରେ ୨୦ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଖବର ଅନୁସାରେ ଏହି ଭୁକମ୍ପ ଯୋଗୁଁ ୨ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ୨୭ଟି ବଡ଼ ବଡ଼ କୋଠା ମାଟି ତଳେ ମିଶିଯାଇଛି। ଭୂମିକମ୍ପ ପରେପରେ ବିରାଟ ବିସ୍ଫୋରଣ ଘଟିଥିଲା ଓ ଲୋକେ ରାସ୍ତା ଉପରକୁ ଚାଲିଆସିଥିଲେ। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ଥିଲା ୭.୧।
ମେକ୍ସିକୋ ରାଜଧାନୀ ପୁୱେର୍ତୋ ରେକୋର ଦକ୍ଷିଣ-ପୂର୍ବ ଦିଗରେ ଥିବା ପେଉବ୍ଲା ରାଜ୍ୟରେ ଏହି ଭୂମିକମ୍ପର କେନ୍ଦ୍ରବିନ୍ଦୁ ଥିଲା। ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ବହୁ ଲୋକ ମାଟି ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି। ୧୯୮୫ରେ ଏହିଭଳି ଏକ ଭୟାବହ ଭୂମିକମ୍ପରେ ହଜାର ହଜାର ଲୋକ ମୃତ୍ୟୁବରଣ କରିଥିଲେ। ସେହି ଭୂମିକମ୍ପ ମଧ୍ୟ ଠିକ୍ ଏହି ସମୟରେ ସଂଘଟିତ ହୋଇଥିଲା।

Comment