ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ବାଇ ଏଲ୍‌ଫିନ୍‌ଷ୍ଟୋନ୍ ରେଳ ଷ୍ଟେସନରେ ଘଟିଥିବା ଦଳାଚକଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ଦୁଃଖ ପ୍ରକାଶ କରିଛନ୍ତି। ଦଳାଚକଟାରେ ୨୨ ଜଣଙ୍କ ମୃତ୍ୟୁ ଘଟିବା ପରେ ରେଳ ମନ୍ତ୍ରୀ ଗୋୟଲ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି।
ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି। ଏହାସହ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର କବହନ କରିବେ ବୋଲି କହିଛନ୍ତି।
ରେଳ ମନ୍ତ୍ରୀ ଏହି ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦଶେ ଦେଇଛନ୍ତି। ପଶ୍ଚିମ ରେଳବାଇର ଚିଫ୍ ସେଫ୍ଟି ଅଫିସରଙ୍କ ନେତୃତ୍ବରେ ଗଠନ କରାଯାଇଥିବା ଟିମ୍ ଏହାର ତଦନ୍ତ କରିବେ।
ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ। ମିଛ ଗୁଜବରୁ ଏହି ଦୁର୍ଘଟଣା ଘଟିଛି ବୋଲି କେହି କହୁଛନ୍ତି। ତେବେ ଶୁକ୍ରବାର ସକାଳେ ମୁମ୍ବାଇରେ ପ୍ରବଳ ବର୍ଷା ହେବାରୁ ଯାତ୍ରୀମାନେ ଫୁଟ ଓଭର ବ୍ରିଜ ଉପରକୁ ଚଢ଼ି ଯାଇଥିଲେ। ଏହି ସମୟରେ ଓଭର ବ୍ରିଜର ରେଲିଂ ଭାଙ୍ଗି ଯାଇଛି ବୋଲି ପ୍ରଚାର ହେବାରୁ ଲୋକେ ଦୌଡ଼ିଥିଲେ। ଫଳରେ ଦଳାଚକଟା ଘଟି ୨୨ ଜଣ ପ୍ରାଣ ହରାଇବା ସହ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ କେଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 

LEAVE A REPLY

Please enter your comment!
Please enter your name here