ଓଡ଼ିଶାଲାଇଭ୍ ବ୍ୟୁରୋ

ପାରିବାରିକ କଳହ ନେଲା ଭୟାନକ ରୂପ। ପଡ଼ୋଶୀ ନେଲା ଗୋଟିଏ ପରିବାରର ୩ ଜୀବନ। ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ବେହେରାମାଳ ଗାଁରେ। ଗୁରୁବାର ବିଳମ୍ବିତ ରାତିରେ ପଡ଼ୋଶୀଙ୍କ ଆକ୍ରମଣରେ ଗୋଟିଏ ପରିବାରର ବାପା, ଝିଅ ଓ ନାତୁଣୀ ଆଖି ବୁଜିଛନ୍ତି। ଏହି ଘଟଣା ସୋନପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଲିସ ଏହି ହତ୍ୟାକାଣ୍ଡରେ ଜଣଙ୍କୁ ଗିରଫ କରିଛି।
ମୃତକ ୩ ଜଣ ହେଲେ ପ୍ରମୋଦ ଭୋଇ, ବିଷ୍ଣୁପ୍ରିୟା ଏବଂ ବବିତା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଡ଼ୋଶୀ ନିଳା ପ୍ରଧାନ ଏହି ୩ ଜଣଙ୍କୁ ଗୁରୁବାର ରାତିରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ନିଳା ପ୍ରଧାନକୁ ଗିରଫ କରିଛି।
ବିଷ୍ଣୁପ୍ରିୟା ଏବଂ ପ୍ରମୋଦଙ୍କ ମୃତ୍ୟୁ ଘଟଣାସ୍ଥଳରେ ହୋଇଥିବା ବେଳେ ବବିତା ମେଡିକାଲରେ ପ୍ରାଣ ହରାଇଛନ୍ତି।
ବୀରମହାରାଜପୁର ଏସ୍‌ଡିପିଓ ପ୍ରସନ୍ନ କୁମାର ବିଶ୍ବାଳ କହିଛନ୍ତି,”ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଡୋଶୀ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ନେଇଛି। ଘଟଣାର ପ୍ରାଥମିକ ତଦନ୍ତ ଚାଲିଛି। ଏହି ହତ୍ୟାକାଣ୍ଡରେ ଜଣେ ଗିରଫ ହୋଇଛନ୍ତି।”

LEAVE A REPLY

Please enter your comment!
Please enter your name here