ଓଡ଼ିଶାଲାଇଭ୍‌ ବ୍ୟୁରୋ

ସବ୍ୟସାଚୀ ଶତପଥି ଓରଫ ସଗୁନ ଶତପଥି ବିଗ୍ ବସ ୧୧ ରେ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ସେ ପ୍ରଥମ ଓଡ଼ିଆ ଯିଏ ଏହି ରିଅଲିଟି ସୋ’ରେ ସାମିଲ ହୋଇଛନ୍ତି। ଯଦିଓ ଆନୁଷ୍ଠାନିକ ଭାବେ ତାଙ୍କ ନାମ ଘୋଷଣା କରାଯାଇନଥିଲା ତଥାପି ଅନ୍ୟ ପ୍ରତିଯୋଗୀଙ୍କ ସହ ତାଙ୍କୁ ଅଲଗା ରଖାଯାଇଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ରବିବାର ରାତିରେ ସୋ’ ଆରମ୍ଭ ହେଲା ପରେ ଜଣାପଡିବ ସେ ସାମିଲ ହୋଇଛନ୍ତି କି ନାହିଁ।
ବିଗ୍ ବସର ନୂଆ ଅଧ୍ୟାୟକୁ ସଲମାନ ଖାଁ ଆରମ୍ଭ କରିବେ। ଏଥର ସୋ’ରେ ସେଲିବ୍ରିଟି ଓ ସାଧାରଣ କଳାକାର ସ୍ଥାନ ପାଇଛନ୍ତି। ନୂଆ ଥିମ୍ ଅନୁସାରେ ସବୁ କଳାକାରଙ୍କୁ ଦୁଇଟି ବିଭାଗରେ ବଣ୍ଟାଯିବ ଓ ସେମାନେ ଅଲଗା ଅଲଗା ଘରେ ରହିବେ।
ସଗୁନ ଶତପଥି ଜଣେ ଡିଜାଇନର ଓ ଟିଭି ଆଙ୍କର। ଓଟିଭିରେ ସେ ଏକ କୁକେରି ସୋ’ର ଆଙ୍କର ଅଛନ୍ତି ଓ ଯୁବକମାନଙ୍କ ମଧ୍ୟରେ ଅତି ଲୋକପ୍ରିୟ।
ସେ ହେଉଛନ୍ତି ଓଡ଼ିଶାର ପୂର୍ବ ରଣଜୀ ଖେଳାଳୀ ଜିତୁ ଶତପଥିଙ୍କ ସାନ ଭାଇ।

LEAVE A REPLY

Please enter your comment!
Please enter your name here