ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସି.ଆର୍‌ ଦାଶଙ୍କ ବାସଭବନରେ ସିବିଆଇ ରାତି ଅଧରେ ପଶିବା ଘଟଣା ନୂଆ ମୋଡ଼ ନେଇଛି। ବୁଧବାର ସିବିଆଇ ପକ୍ଷରୁ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ କରାଯାଇଛି। ସିବିଆଇ ଅଧିକାରୀମାନେ କ’ଣ ପାଇଁ କାର୍ଯ୍ୟରତ ଜଷ୍ଟିସ୍‌ଙ୍କ ଘରେ ପଶିଥିଲେ ସେନେଇ କମିଶନରେଟ୍ ପୋଲିସ ସିବିଆଇକୁ ରିପୋର୍ଟ ତଲବ୍ କରିଥିଲେ।

ଓଡ଼ିଶା ହାଇକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ୍‌ ଆଇ.ଏମ୍‌ କୁଦ୍ଦୁସିଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଥିଲା। ଏହି ଘଟଣାର ଖୋଳତାଡ଼ ପାଇଁ ସିବିଆଇ ଭୁଲ୍‌ରେ ଜଷ୍ଟିସ୍‌ ସି.ଆର୍‌ ଦାସଙ୍କ ବାସଭବନରେ ପ୍ରବେଶ କରିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।

ସେପ୍ଟେମ୍ବର ୨୦ ତାରିଖ ରାତିରେ ସିବିଆଇ ଏକ ଟିମ୍‌ ଜଷ୍ଟିସ ସି ଆର୍ ଦାସଙ୍କ ବାସଭବନରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ସୁରକ୍ଷା କର୍ମୀ ବାଧା ଦେବାରୁ ସେମାନେ ପଶିପାରି ନଥିଲେ। ଏନେଇ ପିସିଆର୍‌ ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଧିକାରୀଙ୍କୁ ଥାନାକୁ ଆଣି ଛାଡି ଦେଇଥିଲେ। ଏହାକୁ ନେଇ ଓଡ଼ିଶା ହାଇକୋର୍ଟର ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ପରେ କ୍ୟାଣ୍ଟନମେଣ୍ଟ ଥାନାରେ ସିବିଆଇ ନାଁରେ ମାମଲା ରୁଜୁ ହୋଇଥିଲା। ଏହାସହ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଏଥିରେ ସିବିଆଇ ନିର୍ଦ୍ଦଶେକ, ରାଜ୍ୟ ସରକାର, କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।

 

 

 

 

LEAVE A REPLY

Please enter your comment!
Please enter your name here