ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତ୍ୟକ୍ଷ ନିର୍ବାଚନରୁ ସନ୍ନ୍ୟାସ ନେବେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। ଆଜି ଏନେଇ ସେ ସ୍ପଷ୍ଟ କରିଛନ୍ତି। ୭୯ ବର୍ଷ ହୋଇଯାଇ ଥିବାରୁ ସେ ୨୦୧୯ ନିର୍ବାଚନ ଲଢ଼ିବେନି ବୋଲି କହିବା ପରେ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି।

“ରାଜନୀତିରୁ ମୁଁ ଜନ୍ମ ନେଇଛି। ଆଉ ରାଜନୀତିରେ ହିଁ ମୋର ମୃତ୍ୟୁ ହେବ। ରାଜନୀତିରୁ ସନ୍ନ୍ୟାସ ନେବାର ପ୍ରଶ୍ନ ଉଠୁନି। ବଞ୍ଚିଥିବା ପର୍ଯ୍ୟନ୍ତ ରାଜନୀତି କରିବି। ହେଲେ ୨୦୧୯ ନିର୍ବାଚନ ଲଢ଼ିବିନି”- ଏହା କହିଛନ୍ତି ବଲାଙ୍ଗୀର ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର।
ନରସିଂହ ମିଶ୍ର ରାଜନୀତିୁ ସନ୍ନ୍ୟାସ ନେବେଳେ ଗତ ଦୁଇଦିନ ହେଲା ରାଜନୀତି କରିଡରରେ ଚର୍ଚ୍ଚା ହେଉଥିଲା। ଏ ସମ୍ପର୍କୀତ ଖବର ମଧ୍ୟ କିଛି ଗରମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଗୁରୁବାର ନରସିଂହ ଖଣ୍ଡନ କରିଛନ୍ତି। ରାଜନୀତିରୁ ମୋର ସନ୍ନ୍ୟାସ ନେବାର ପ୍ରଶ୍ନ ଉଠୁନି ବୋଲି ସେ ସ୍ପଷ୍ଟ କରିଛନ୍ତି।
ନରସିଂହ କହିଛନ୍ତି ଯେ, ୨୦୧୯ରେ ମୁଁ ନିର୍ବାଚନ ଲଢ଼ିବାକୁ ଚାହୁଁନି। କାରଣ ସେତେବେଳକୁ ମୋତେ ୭୯ ବର୍ଷ ହୋଇଥିବ। ଏହି ବୟସରେ ଲୋକଙ୍କ ନିକଟତର ହେବା ଅସମ୍ଭବ। ଜଣେ ନିର୍ବାଚିତ ପ୍ରତିନିଧି ଲୋକଙ୍କ ନିକଟତର ହେବା ଉଚିତ୍ ଏବଂ ସେମାନଙ୍କ ସୁଖଦୁଃଖରେ ଛିଡ଼ା ହେବା ଆବଶ୍ୟକ। ୭୯ ବର୍ଷ ବୟସରେ ତାହା କରିବା ଅସମ୍ଭବ। ଏନେଇ ପୂର୍ବରୁ ମଧ୍ୟ ମୁଁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଜଣାଇ ସାରିଛି। ୭୦ ବର୍ଷ ପରେ ନିର୍ବାଚନ ଲଢ଼ିବିନି ବୋଲି ରାହୁଳଙ୍କୁ ଇମେଲ୍‌ ଜରିଆରେ ଅବଗତ କରିଛି।
ବଲାଙ୍ଗୀର ଜିଲ୍ଲାର କ୍ଷମତାକେନ୍ଦ୍ର ଭାବେ ବିବେଚିତ ନରସିଂହ ମିଶ୍ର ୧୯୯୦ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଲୋଇସିଂହ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ନରସିଂହ ଆଇନ୍ ମନ୍ତ୍ରୀ ହୋଇଥିଲେ। ୧୯୯୫ରେ ସେ ବିନିକା ବିଧାନସଭା ଆସନରୁ ବିଧାୟକ ହୋଇଥିଲେ। ସେହିବର୍ଷ ସେ ପୁଣି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ହୋଇଥିଲେ। ୨୦୦୦ ନିର୍ବାଚନରେ ପରାଜିତ ହେବା ପରେ ୨୦୦୪ରେ ସେ ପୁଣି ଲୋଇସିଂହା ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ବିଧାନସଭାରେ ବିରୋଧୀ ଦଳର ଉପନେତା ରହିଥିଲେ ଏହି ବରିଷ୍ଠ ନେତା।
୨୦୧୪ରେ ସେ ବଲାଙ୍ଗୀର ବିଧାନସଭାରୁ ନିର୍ବାଚନ ଲଢ଼ି ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କୁ ପରାଜିତ କରିଛନ୍ତି। ନରସିଂହଙ୍କ ଅଭିଜ୍ଞତା ଏବଂ କଥା କହିବାର ଶୈଳୀ ଯୋଗୁଁ ସେ ବିରୋଧୀ ଦଳର ନେତା ରହିଛନ୍ତି।
ଦୀର୍ଘ ବର୍ଷ ଧରି ପ୍ରତ୍ୟକ୍ଷ ନିର୍ବାଚନ ସହ ଜଡ଼ିତ ଥିବା ନରସିଂହ ଆଜି ନିର୍ବାଚନ ରାଜନୀତିରୁ ସନ୍ୟାସ ନେବେ ବୋଲି କହିଛନ୍ତି। ପ୍ରତ୍ୟକ୍ଷ ନିର୍ବାଚନରୁ ସନ୍ନ୍ୟାସ ନେବା କହିବା ପରେ ତାଙ୍କ ସମର୍ଥକଙ୍କୁ ଝଟକା ଲାଗିଛି।
 

Comment