ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ମାସେ ନୁହେଁ, ୩ ମାସରେ ଥରେ ଦାଖଲ ହେବ ରିଟର୍ଣ୍ଣ। ଆଜି ଦିଲ୍ଲୀରେ ବସିଥିବା ଜିଏସ୍‌ଟି କାଉନ୍‌ସିଲ ବୈଠକରେ ନିଷ୍ପତ୍ତି ହୋଇଛି। ବ୍ୟବସାୟୀଙ୍କ ରିଟର୍ଣ୍ଣ ଫାଇଲ୍‌ ପ୍ରକ୍ରିୟାକୁ ସରଳ କରାଯାଇଛି।
ଜିଏସ୍‌ଟି ବ୍ୟବସ୍ଥାରେ ଆଜି କିଛି ସଂଶୋଧନ ହୋଇଛି। ମୋଟ ୨୭ଟି ସାମଗ୍ରୀ ଉପରେ ଜିଏସ୍‌ଟି କମିବା ନେଇ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି। ଯେଉଁମାନଙ୍କ କାରବାର ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇଥିବ ସେମାନେ ପ୍ରତି ମାସ ବଦଳରେ ତିନି ମାସରେ ରିଟର୍ଣ୍ଣ ଫାଇଲ୍‌ କରିବେ ବୋଲି ଜେଟଲୀ କହିଛନ୍ତି।
ରପ୍ତାନିକାରୀଙ୍କ ପାଇଁ ୨୦୧୮ ଏପ୍ରିଲ୍‌ ସୁଦ୍ଧା ଇ-ଓ୍ବାଲେଟ୍ ବ୍ୟବସ୍ଥା କରାଯିବ। ରପ୍ତାନୀ ଉପରେ ମାତ୍ର ୦.୧ ପ୍ରତିଶତ ଟିକସ ଲାଗିବ। କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ କମ୍ପୋଜିସନ୍ ସ୍କିମ୍‌ କୋହଳ କରାଯାଇଛି। ଟ୍ରେଡିଂ ପାଇଁ ୧ ପ୍ରତିଶତ, ମାନ୍ୟୁଫାକ୍ଚର ପାଇଁ ୨ ପ୍ରତିଶତ, ରେଷ୍ଟୁରାଣ୍ଟ ପାଇଁ ୫ ପ୍ରତିଶତ ଟିକସ ଦେବାକୁ ପଡ଼ିବ। ସେହିପରି ଡିଜେଲ ଇଞ୍ଜିନ୍ ସାମଗ୍ରୀ ଉପରେ ଜିଏସ୍‌ଟି ହ୍ରାସ କରାଯାଇଛି। ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ କମା ଯାଇଛି। ନନ୍‌ବ୍ରାଣ୍ଡ ନମକିନ୍‌ ଉପରେ ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମାଯାଇଛି ଜିଏସ୍‌ଟି। ହାତବୁଣା ସାମଗ୍ରୀ ଉପରେ ଜିଏସ୍‌ଟି ୫ ପ୍ରତିଶତ ହ୍ରାସ କରାଯାଇଛି। ଏହାସହ ୨ ଲକ୍ଷ ଟଙ୍କାରୁ ଅଧିକ କିଣାକିଣି କଲେ ପ୍ୟାନ୍‌ ଦେବାକୁ ପଡ଼ିବ।

LEAVE A REPLY

Please enter your comment!
Please enter your name here