ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ଓଡ଼ିଶା ଜିଏସଟି ଅଧିନିୟମ ୧୦୧୭ରେ ଆସିଲା ସଂଶୋଧନ
  • ସୁବର୍ଣ୍ଣରେଖା ନଦୀରେ ନିର୍ମାଣ ହେବ ବୃହତ ବ୍ରିଜ୍
  • ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ଅଧିନିୟମରେ ସଂଶୋଧନ

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୋଟ ୪ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଯେଉଁଥିରେ ଅର୍ଥ ବିଭାଗର ଦୁଇଟି ପ୍ରସ୍ତାବ ରହିଥିବାବେଳେ ପୂର୍ତ୍ତ ବିଭାଗର ଗୋଟିଏ ପ୍ରସ୍ତାବ ଥିବା ସୂଚନା ମିଳିଛି।ଏନେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି ଯେ, ଆଜି କ୍ୟାବିନେଟ ବୈଠକରେ ମୋଟ ୫ଟି ବିଷୟ ଉପରେ ଆଲୋଚନା ହେବାର ଥିଲା। ହେଲେ ଶେଷ ମୁହୂର୍ତ୍ତରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ସ୍ଥଗିତ ରଖାଯାଇଥିଲା। ବାକି ୪ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି।

ଜିଏସଟି କାଉନସିଲର ସୁପାରିସ ଅନୁସାରେ ରାଜ୍ୟ ସରକାର ଓଡ଼ିଶା ଜିଏସଟି ଅଧିନିୟମ ୧୦୧୭ର କେତେକ ଧାରାରେ ସଂଶୋଧନ ଆଣିଛନ୍ତି। ଏନେଇ ଓଡ଼ିଶା ଜିଏସଟି ସଂଶୋଧନ ଅଧ୍ୟାଦେଶ ୨୦୨୦ ଓ ଓଡ଼ିଶା ଜିଏସଟି (ଦ୍ୱିତୀୟ ସଂଶୋଧନ) ଅଧ୍ୟାଦେଶକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ଏହି ଅଧ୍ୟାଦେଶ ଲାଗୁ ହେବାପରେ ଏବେ ପଞ୍ଜିକୃତ ଟିକସ ଦାତାମାନେ ବେଶ ଉପକୃତ ହେବେ ବୋଲି ଜଣାପଡ଼ିଛି।BGUଅନ୍ୟପଟେ ବାଲେଶ୍ୱର ଜିଲ୍ଲା ପଶ୍ଚିମବଙ୍ଗ ସୀମା ଅଞ୍ଚଳରେ ଥିବା ସୁବର୍ଣ୍ଣରେଖା ନଦୀରେ ଏକ ବୃହତ ବ୍ରିଜ୍ କରିବାକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହି ବ୍ରିଜର ନିର୍ମାଣ ହେବା ଦ୍ୱାରା ବାଲିଆପାଳ ଓ ଭୋଗରାଇ ବ୍ଲକ ମଧ୍ୟରେ ସିଧାସଳଖ ଯାତାୟାତ ହୋଇପାରିବ। ସରକାର ଏଥିପାଇଁ ମୋଟ ୧୩୮.୭୪ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସୂଚନା ମିଳିଛି।ସେହିପରି ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ଅଧିନିୟମ ୧୯୪୮ର ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ପୂର୍ବରୁ ଏହି ଆଇନ୍ ଦ୍ୱାରା ନିୟମ ଉଲ୍ଳଘଂନକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଠିକ୍ ଭାବେ ନୋଟିସ୍ ଜାରି କରାଯାଇପାରୁନଥିଲା। କାରଣ ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କର ବିଭିନ୍ନ ସମୟରେ ବଦଳି ହେଉଯାଉଥିଲା। ତେଣୁ ଏଥିପାଇଁ ଏବେ ନୋଟିସ୍ ଜାରି ପକ୍ରିୟାକୁ ରାଜ୍ୟ ସରକାରଙ୍କ ଏଚଆରଏମଏସ ପୋର୍ଟାଲରେ କରାଯିବ ବୋଲି ଅଧିନିୟମରେ ସଂଶୋଧନ ଅଣାଯାଇଛି।

Comment