ଓଡ଼ିଶାଲାଇଭ୍ ବ୍ୟୁରୋ
ଟ୍ବିଟର ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ ମିଲିଅନ୍ କ୍ଲବରେ ସାମିଲ୍ ହୋଇଛନ୍ତି। ୧ ମିଲିଅନ୍ ଅନୁଗାମୀଙ୍କୁ ନେଇ ନବୀନ ସୋସିଆଲ ମିଡିଆରେ ୧ ନମ୍ବର ନେତା ଭାବେ ପରିଚୟ ହାସଲ କରିଛନ୍ତି।
ସୋସିଆଲ ମିଡିଆରେ ଦବଦବା ବଜାୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ବିଟର ଆକାଉଣ୍ଟରେ ସେ ୧ ମିଲିଅନ୍ କ୍ଲବରେ ସାମିଲ୍ ହୋଇଛନ୍ତି। ୧ ମିଲିଅନ୍ ଅନୁଗାମୀଙ୍କୁ ନେଇ ନବୀନ ସୋସିଆଲ ମିଡିଆରେ ୧ ନମ୍ବର ନେତା ଭାବେ ପରିଚୟ ହାସଲ କରିଛନ୍ତି। ସାରା ଦେଶରେ ୧ ମିଲିଅନ୍ କ୍ଲବରେ ସାମିଲ୍ ହୋଇଥିବା ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ୧୦ମ ସ୍ଥାନରେ ରହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟ୍ବିଟର ଆକାଉଣ୍ଟରେ ଭିଡିଓ ପୋଷ୍ଟ କରି ଅନୁଗାମୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି।
ନବୀନ ପଟ୍ଟନାୟକ ଟ୍ବିଟ କରିଛନ୍ତି ଯେ, “ମୁଁ ତୁମ ସ୍ନେହ ଶ୍ରଦ୍ଧା ଓ ଭଲପାଇବାର ମୂଲ୍ୟ ବୁଝୁଛି। ଏହାଦ୍ବାରା ଏକ ନିବିଡ଼ ସମ୍ପର୍କ ସ୍ଥାପନ ହୋଇପାରିଛି। ଓଡିଶାକୁ ବିକାଶ ପଥରେ ଆଗେଇ ନେବା ପାଇଁ ସମସ୍ତେ ମିଳିମିଶି କାମ କରିବା ଦରକାର।”
୨୦୧୫ ସେପ୍ଟେମ୍ବରରେ ନବୀନ ପଟ୍ଟନାୟକଙ୍କ ଟ୍ବିଟର ଆକାଉଣ୍ଟ ଖୋଲାଯାଇଥିଲା। ଟେକ୍ନିକାଲ ଟିମ୍ଙ୍କ ସହଯୋଗରେ ନବୀନ ଟ୍ବିଟର ଆକାଉଣ୍ଟ ବ୍ୟବହାର କରୁଥିଲେ। ନବୀନଙ୍କ ଟ୍ବିଟର ଆକାଉଣ୍ଟର ପ୍ରଥମ ଟ୍ମିଟ ଥିଲା ‘ଜୟ ଜଗନ୍ନାଥ’। ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆକାଉଣ୍ଟ ଖୋଲିବାର ୨ ବର୍ଷ ପରେ ନବୀନ ୧ ମିଲିଅନ୍ ଅନୁଗାମୀଙ୍କ ସହ ସୋସିଆଲ ମିଡିଆରେ ବହୁ ଆଗରେ ରହିଛନ୍ତି।








ଟ୍ବିଟର ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ ମିଲିଅନ୍ କ୍ଲବରେ ସାମିଲ୍ ହୋଇଛନ୍ତି। ୧ ମିଲିଅନ୍ ଅନୁଗାମୀଙ୍କୁ ନେଇ ନବୀନ ସୋସିଆଲ ମିଡିଆରେ ୧ ନମ୍ବର ନେତା ଭାବେ ପରିଚୟ ହାସଲ କରିଛନ୍ତି।





