ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଟୁରିଜିମ୍‍ ଓ ‘ଫିକି’ ସହଯୋଗିତାରେ ଭୁବନେଶ୍ୱରଠାରେ ଚଳିତ ମାସ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ ହେବାକୁ ଯାଉଛି। ଓଡ଼ିଶାକୁ ପର୍ଯ୍ୟଟନକୁ ଆଗକୁ ନେବା ପାଇଁ  ଓଡ଼ିଶା  ରେ ଥିବା ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ‘ଟ୍ରାଭେଲ ବଜାର ୨୦୧୭’ରେ ଆଲୋଚନା ହେବ। ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଓଡ଼ିଶା ଟ୍ରାଭେଲ ବଜାର ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି।
୧୯ଟି ଦେଶରୁ ୪୬ ଜଣ ଭ୍ରମଣ ବ୍ୟବସାୟୀ ୧୦ ଜଣ ଉଚ୍ଚ ଭ୍ରମଣ ବ୍ୟବସାୟୀ, ଭାରତରୁ ୧୦ଟି ଘରୋଇ ଭ୍ରମଣ ବ୍ୟବସାୟୀ ସଂସ୍ଥା, ବିଭିନ୍ନ ବର୍ଗର ୧୭ ଜଣ ଗତିଶୀଳ ଭ୍ରମଣ ବ୍ୟବସାୟୀ, ଭ୍ରମଣଲେଖକ ଓ କ୍ରିୟାଶୀଳ ବିମାନ ଚଳାଚଳ ସଂସ୍ଥାମାନେ ଓଡ଼ିଶା ଟ୍ରାଭେଲ ବଜାରରେ ଯୋଗ ଦେବେ। ଅନ୍ତତଃ ୫୫ ଜଣ ଭ୍ରମଣ ବ୍ୟବସାୟୀ ଏବଂ ହୋଟେଲ ପରିଚାଳକମାନେ ଓଡ଼ିଶାର ପର୍ଯ୍ୟଟନ ଉତ୍ପାଦ ସାମଗ୍ରୀସମୁହକୁ କ୍ରେତାମାନଙ୍କୁ ପ୍ରଦର୍ଶନ କରିବା ନିମନ୍ତେ ଯୋଗଦାନ କରୁଛନ୍ତି।
ଏହି ଟ୍ରାଭେଲ ବଜାରରେ ପୂର୍ବରୁ ନିର୍ଦ୍ଧାରିତ ଥିବା ବି-ଟୁ-ବି ଆଲୋଚନାମାନ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଆୟୋଜିତ ହେବ। ବି-ଟୁ-ବି ସଭାମାନ ଏକକାଳୀନ ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାର ଭିନ୍ନ କ୍ରିୟାଶୀଳ ଲଗାଣକାରୀ ସଂସ୍ଥା ଯଥା ହୋଟେଲ, ଆୟୁର୍ବେଦ, ଯତ୍ନଶୀଳ କେନ୍ଦ୍ର, ଆମୋଦ ପ୍ରମୋଦ ଉଦ୍ୟାନ, ବିମାନ ସେବା, ସ୍ୱାସ୍ଥ୍ୟରକ୍ଷା ବ୍ୟବସ୍ଥା ଏବଂ ସ୍ୱଦେଶୀ ଶୌଚାଳୟମାନ ଏଥିରେ ଅଂଶଗ୍ରହଣ କରୁଛନ୍ତି।
ଏହି ଅବସରରେ ପ୍ରମୁଖ ଶାସନ ସଚିବ ଡକ୍ଟର ମୋନା ଶର୍ମା କହିଛନ୍ତି ଯେ ପ୍ରଥମ ଥର ପାଇଁ ଓଡ଼ିଶାରେ ଟ୍ରାଭେଲ ବଜାର ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଆମେମାନେ ବହୁତ ଉତ୍ସାହିତ ଅଛୁ। ପର୍ଯ୍ୟଟନ ନୀତି ୨୦୧୬ ଅନୁଯାୟୀ ଘରୋ‌ଇ ସଂସ୍ଥାମାନେ କିପରି ଭାବେ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ କରିବେ, ସେ ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହି ନିଶ୍ଚିତ ଭାବରେ ଓଡ଼ିଶା ପର୍ଯ୍ୟଟନକୁ ଆଗକୁ ନେବାରେ ସହାୟକ ହେବ।

Comment