ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଖୋଲିବ ଆଉ ୧୩ଟି ନୂଆ ସ୍ବାସ୍ଥ୍ୟ କେନ୍ଦ୍ର। ଏହାସହ ୫ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ସିଏଚ୍‌ସି ଏବଂ ୬ଟି ସିଏଚ୍‌ସିରେ ଉପଖଣ୍ଡ ଡାକ୍ତରଖାନା ଭଳି ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
ନୂଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ଦକ୍ଷିଣବନ୍ଧ, କୁଞ୍ଜବିହାରୀପୁର, ବିଞ୍ଝାରପୁର ବ୍ଲକର ସିଂହପୁର, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବେଲଗାଁ, ବାଲେଶ୍ବର ରେମୁଣା ବ୍ଲକର ମହାରାଜପୁର, ରୁପ୍‌ସା ବ୍ଲକର ରନ ସାହି, ଭୋଗରାଇ ବ୍ଲକର ଜୟରାମପୁର, ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକର ଜାମଖୁଣ୍ଟା, ସଇଁତଳା ବ୍ଲକର ବୁଢ଼ାବାହାଲ, ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟନଗର ବ୍ଲକର ବରିଡା, ପୁରୁଷୋତ୍ତମପୁର ବ୍ଲକର ସୁନାଥରା, କୁକୁଡାଖଣ୍ଡି ବ୍ଲକର ହୁଗୁଳାପଟା, କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକର ମହାଲିଙ୍ଗଠାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବ।
ସେହିପରି ବରଗଡ଼, କଳାହାଣ୍ଡି, ଜଗତସିଂହପୁର, କଟକ ଆଦି ଜିଲ୍ଲାର ୫ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ସିଏଚ୍‌ସି ମାନ୍ୟତା ଦିଆଯାଇଛି। ଏହାସହ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ, ନବରଙ୍ଗପୁର ଜିଲ୍ଲା ଉମରକୋଟ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା, ମାଥିଲି, ନୂଆପଡ଼ା ଜିଲ୍ଲାର ଖରିଆର, ଗଞ୍ଜାମ ଜିଲ୍ଲା ଆସ୍କା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଭଳି ସୁବିଧା ରହିବ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Comment