ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନକୁ ହରାଇଲା ଭାରତୀୟ ହକି ଟିମ୍। ୪-୦ ଗୋଲ୍‌ରେ ପାକିସ୍ତାନକୁ ପରାସ୍ତ କରି ଭାରତ ଫାଇନାଲ୍‌ରେ ପ୍ରବେଶ କରିଛି। ଢାକାରେ ଚାଲିଥିବା ଏସିଆ କପ୍ ହକି ପ୍ରତିଯୋଗିତାର ସୁପର-୪ ମୁକାବିଲାରେ ଭାରତ ଏହି ସଫଳତା ପାଇଛି। ଲଗାତାର ଭାବେ ଭାରତୀୟ ହକି ଟିମ୍ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି।

ଭାରତୀୟ ଟିମ୍‌ର ସତବୀର ସିଂହ ୩୯ ମିନିଟରେ ଏକ ଗୋଲ୍ ଦେଇ ଭାରତକୁ ଅଗ୍ରଣୀ କରିଥିଲେ। ଏହାପରେ ହରମନପ୍ରିତ ସିଂହ ଗୋଟିଏ ଗୁରୁଜାତ ସିଂହ ୨ଟି ଗୋଲ୍ ଦେଇ ଟିମ୍‌କୁ ଆଗକୁ ନେଇଥିଲେ। ଏହି ବିଜୟ ସହ ଭାରତ ରବିବାର ହେବାକୁ ଥିବା ଫାଇନାଲରେ ପ୍ରବେଶ କରିଛି।

ଏସିଆ କପ୍ ସୁପର-୪ ମୁକାବିଲାର ପ୍ରଥମ ମ୍ୟାଚରେ ଭାରତ-ଦକ୍ଷିଣ କୋରିଆ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ ୧-୧ରେ ବରାବର ରହିଥିଲା। ଦ୍ବିତୀୟ ମ୍ୟାଚରେ ମାଲେସିଆକୁ ୬-୨ ଗୋଲ୍‌ରେ ମାତ ଦେଇଥିଲା ଭାରତ।

ଏହି ଟୁର୍ଣ୍ଣାମେଣ୍ଟରେ ମାଲେସିଆ ୩ ପଏଣ୍ଟ ପାଇ ୨ୟ ସ୍ଥାନରେ ରହିଥିବା ବେଳେ ଦକ୍ଷିଣ କୋରିଆ ୨ ପଏଣ୍ଟ ପାଇ ତୃତୀୟ ଏବଂ ପାକିସ୍ତାନ ଗୋଟିଏ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଛି।

 

Comment