ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣିଥରେ ନରେନ୍ଦ୍ର ମୋଦିଙ୍କ ଗଡ଼ ଗୁଜୁରାଟରେ ପାଦ ଦେଇଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି। ଜିଏସ୍‌ଟି, ବିମୁଦ୍ରୀକରଣ, ବୋରାଜଗାରୀକୁ ଅସ୍ତ୍ର କରି ମୋଦି ସରକାର ଉପରେ ବର୍ଷିଛନ୍ତି ରାହୁଲ।

ଜିଏସ୍‌ଟିକୁ ଗବର ସିଂ ଟ୍ୟାକ୍ସ କହି ମୋଦି ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ଗୁଜୁରାଟର ଗାନ୍ଧି ନଗରରେ ଆୟୋଜିତ ରାଲିରେ ରାହୁଲ୍‌ କହିଛନ୍ତି ଯେ, କଂଗ୍ରେସ ସରକାର ଜିଏସ୍‌ଟି ଆଣିଥିଲା। ଆମେ ସାରା ଦେଶରେ ଗୋଟିଏ ଟିକସ ବ୍ୟବସ୍ଥା ଲାଗୁ କରିବାକୁ ଚାହୁଁଥିଲୁ। ହେଲେ ବିଜେପି ସରକାର ଆମ କଥା ଶୁଣିଲେ ନାହିଁ। ପାଞ୍ଚ ପାଞ୍ଚଟି ଟିକସ ବ୍ୟବସ୍ଥା କଲେ, ଯେଉଁଥିପାଇଁ ଲୋକେ ଅସୁବିଧାରେ ପଡ଼ିଛନ୍ତି। ବ୍ୟବସାୟୀମାନେ ଠିକ୍‌ରେ ବ୍ୟବସାୟ କରିପାରୁ ନାହାନ୍ତି କହି ରାହୁଲ ମୋଦି ସରକାର ଉପରେ ବର୍ଷିଛନ୍ତି।
ବିଧାନସଭା ନିର୍ବାଚନ ପାଇଁ ଗୁଜୁରାଟ ରାଜନୀତି ସରଗରମ୍ ହୋଇ ଯାଇଛି। ବିଜେପି ଏବଂ କଂଗ୍ରେସ ମଧ୍ୟରେ ଏକପ୍ରକାର ଟକ୍କର ଆରମ୍ଭ ହୋଇଛି। ଗୋଟିଏ ମାସରେ ନରେନ୍ଦ୍ର ମୋଦି ୪ ଥର ଗୁଜୁରାଟ ଗସ୍ତରେ ଯାଇ କଂଗ୍ରେସକୁ ସମାଲୋଚନା କରିଥିବା ବେଳେ ରାହୁଲ ୨ ଥର ଗୁଜୁରାଟ ଗସ୍ତରେ ଯାଇ ମୋଦି ସରକାରକୁ ଟାର୍ଗଟେ କରିଛନ୍ତି।
ଆଜି ରାହୁଲ୍ ଗୁଜୁରାଟ ଗସ୍ତରେ ଯାଇ ରୋଜଗାର, ଜିଏସ୍‌ଟି, ଜୟ ଶାହା ଏବଂ ବିମୁଦ୍ରୀକରଣ ଉପରେ ଭାଷଣ ଦେଇ କେନ୍ଦ୍ରର ବିଜେପି ସରକାରକୁ ଆକ୍ଷେପ କରିଛନ୍ତି।
ଯୁବକଙ୍କ କଥା କହିଲେ
ରାହୁଲ ଗୁଜୁରାଟରେ ଯୁବକଙ୍କ ମନର କଥା କହିଛନ୍ତି। ଗୁଜୁରାଟ ସମେତ ଦେଶର ଅନ୍ୟ ରାଜ୍ୟର ଯୁବକମାନେ ରୋଜଗାର ପାଉ ନାହାନ୍ତି। ମୋଦି ସରକାର ସେମାନଙ୍କ ସହ ଛଳନା କରିଛନ୍ତି। ଗୁଜୁରାଟରେ କେବଳ ବେରୋଜଗାର ଯୁବକଯୁବତୀ ଅଛନ୍ତି। ସେହିପରି ଦେଶରେ ପ୍ରତିଦିନ ୩୦ ହଜାର ଯୁବକ ରୋଜଗାର ପାଇଁ ଘରୁ ବାହାରୁଛନ୍ତି। ହେଲେ ମୋଦି ୨୪ ଘଣ୍ଟାରେ ମାତ୍ର ୪୫୦ ଯୁବକଙ୍କୁ ରୋଜଗାର ଦେବାରେ ସମର୍ଥ ହୋଇଛନ୍ତି।
୨୨ ବର୍ଷ ହେଲା ଗୁଜୁରାଟର ଶିକ୍ଷା ବ୍ୟବସ୍ଥାକୁ କିଛି ପୁଞ୍ଜିପତିମାନେ ନିୟନ୍ତ୍ରଣ କରୁଛନ୍ତି। ଯେତେବେଳେ କୌଣସି ପିଲା କଲେଜକୁ ନାମ ଳେଖାଇବା ଯାଉଛି ସେଠାରେ ସେ ଆର୍ଥିକ ଶୋଷଣର ଶିକାର ହେଉଛି। ଯେଉଁ କିଛି ଛାତ୍ରଛାତ୍ର ପାଠ ପଢ଼ିବାର ସୁଯୋଗ ପାଉଛନ୍ତି ସେମାନଙ୍କୁ ନିଯୁକ୍ତି ମିଳୁନି।
ଧନୀଙ୍କୁ ଋଣ ଛାଡ଼
ଗୁଜୁରାଟ ଧନୀ ଲୋକଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଏଠାକାର ସରକାର ଗତ ବର୍ଷ ଧନୀ ଓ ମୁଷ୍ଟିମେୟ ଲୋକଙ୍କୁ ୩୦ ହଜାର କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି। ହେଲେ ଗୁଜୁରାଟର କୃଷକ, ଯିଏ କଠିନ ପରିଶ୍ରମ କରି ଲୋକଙ୍କୁ ଆହାର ଯୋଗାଉଛି ସେମାନଙ୍କ ଋଣ ଛାଡ଼ କଥା ସରକାର ଭୁଲି ଯାଇଛନ୍ତି। ରାହୁଲ ତାଙ୍କ ଭାଷରରେ ବିମୁଦ୍ରୀକରଣ ନୀତିକୁ ସମାଲୋଚନା କରିଛନ୍ତି। ରାତାରାତି ବିମୁଦ୍ରୀକରଣ କରି ମୋଦି ଭାରତର ଅର୍ଥ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଦେଇଛନ୍ତି ବୋଲି କଂଗ୍ରେସ ଉପାଧ୍ୟକ୍ଷ ଅଭିଯୋଗ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here