ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଫଳ ହୋଇଛି ବିମୁଦ୍ରୀକରଣ ନୀତି। ଏଣୁ ବିଜେପି ଏଥିପାଇଁ ନଭେମ୍ବର-୮ରେ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ଯାଉଛି। ନଭେମ୍ବର-୮କୁ ବିଜେପି ସରକାର ‘କଳା ଧନ ବିରୋଧୀ’ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି। ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରି ଦେଇଥିଲେ।

ଜେଟଲୀ କହିଛନ୍ତି ଯେ, ବିଦୁଦ୍ରୀକରଣ ପାଇଁ ସରକାର ଜନମତ ସଂଗ୍ରହ କରିବେ। ଏଥିପାଇଁ ବିଜେପିର ସବୁ ନେତା ଦେଶର ବିଭିନ୍ନ ରାଜ୍ୟ ଗସ୍ତ କରି ଲୋକଙ୍କୁ ଭେଟିବେ। ଏପଠେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ନଭେମ୍ବର ୮କୁ ‘କଳା ଦିବସ’ ଭାବେ ପାଳନ କରିବେ। ବିମୁଦ୍ରୀକରଣ ଦେଶର ଅର୍ଥନୀତିକୁ ବିଗାଡ଼ି ଦେଇଥିବା ବିରୋଧୀ ଅଭିଯୋଗ କରୁଛନ୍ତି।

ବିମୁଦ୍ରୀକରଣ ପରେ ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଦୁଇଟି ବଡ଼ ନୋଟ ଅଚଳ ହୋଇଯିବାରୁ ଲୋକଙ୍କ ପାଖରେ ଟଙ୍କାର ଅଭାବ ଦେଖାଦେଇଥିଲା। ଅଚଳ ନୋଟ୍ ଫେରାଇ ନୂଆ ନୋଟ ଆଣିବା ପାଇଁ ବିଭିନ୍ନ ବ୍ୟାଙ୍କରେ ଲୋକଙ୍କ ଭିଡ଼ ଲାଗିଥିଲା। ଏହି ଭିଡ଼ ଯୋଗୁ ଅନେକ ସ୍ଥାନରେ କିଛି ଲୋକଙ୍କର ଠେଲାପେଲାରେ ପ୍ରାଣହାନି ଘଟିଥିବା ନଜିର ରହିଥିଲା।

 

Comment