ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଜମ୍ମୁ-କଶ୍ମୀର ସଂରକ୍ଷଣ ଅଧିନିୟମ ୨୦୦୪ର ସଂଶୋଧନ କରାଯିବ। ସେହିପରି ଜମ୍ମ-କଶ୍ମୀରର ଅନ୍ତର୍ଜାତୀୟ ସୀମା ନିକଟରେ ରହୁଥିବା ଲୋକଙ୍କ ପାଇଁ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ରହିବ” ନୂଆଦିଲ୍ଲୀରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

“ରାଜ୍ୟପାଳଙ୍କ ଅନୁମତି କ୍ରମେ ଜମ୍ମ-କଶ୍ମୀର ପାଇଁ ସମ୍ବିଧାନ ସଂଶୋଧନ ଆଇନ୍-୨୦୧୯କୁ କ୍ୟାବିନେଟ ମଞ୍ଜୁରି ମିଳିଛି। ଏହି ଆଇନ ଅନୁଯାୟୀ ବିଭିନ୍ନ ସରକାରୀ ସେବାରେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଏହାସହ ଜମ୍ମୁ-କଶ୍ମୀର ସଂରକ୍ଷଣ ଆଇନ ୨୦୦୪ରେ ସଂଶୋଧନ କରିବା ପାଇଁ ଅଧ୍ୟାଦେଶକୁ ମଞ୍ଜୁରି ଦେଇଛି କେନ୍ଦ୍ର କ୍ୟାବିନେଟ୍”, କହିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।

Comment