ଓଡ଼ିଶାଲାଇଭ୍‍ ବ୍ୟୁରୋ

ଉତ୍ତରପ୍ରଦେଶର ରାୟବରେଲିଠାରେ ଏନଟିପିସିର ଏକ ବୟଲର ଫାଟିଯିବା ଫଳରେ ୨୭ ଜଣ ଶ୍ରମିକ/କର୍ମଚାରୀ ପ୍ରାଣ ହରାଇଛନ୍ତି। ଗମ୍ଭୀର ଭାବରେ ଆହତ ବ୍ୟକ୍ତିଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ କିଛି କର୍ମଚାରୀ ଛିଟିକି ପଡ଼ିଥିଲେ।

ଏହି ଦୁର୍ଘଟଣା ପରେ ଗୁଜୁରାଟ ଗସ୍ତରେ ଆସିଥିବା କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ ତାଙ୍କ ଗସ୍ତ କାଟଛାଣ୍ଟ କରି ରାୟ ବରେଲି ପହଞ୍ଚିଛନ୍ତି। ସେ ମୃତାହତ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି। କହିରଖୁ ଯେ ରାୟବରେଲି ହେଉଛି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିର୍ବାଚନ ମଣ୍ଡଳୀ। ଅସୁସ୍ଥ ହୋଇପଡ଼ିଥିବାରୁ ସୋନିଆଙ୍କ ପରିବର୍ତ୍ତେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ସେଠି ପହଞ୍ଚିଛନ୍ତି।

ଦୁର୍ଘଟଣା ବେଳକୁ ୨୦୦ କର୍ମଚାରୀ ଥିଲେ। ରାୟ ବରେଲିଠାରେ ଥିବା ଏନଟିପିସିର ଏହି ୫୦୦ ମେଗାୱାଟ୍‍ ତାପଜ କେନ୍ଦ୍ରର ୬ ନମ୍ବର ବୟଲରର ଷ୍ଟିମ୍ ପାଇପ ଫାଟିଯାଇଥିଲା। ଗୁରୁବାର ଭୋର ୪ଟା ସମୟରେ ଏହି ବିସ୍ଫୋରଣ ଘଟିଥିଲା।

Comment