(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟରେ ଫୁଡ୍‌ ଫେଷ୍ଟରେ ମହକିଲା ସେଫ୍‌ ସଞ୍ଜୀବ କପୁର୍‌ଙ୍କ ହାତ ରନ୍ଧା ଖେଚୁଡ଼ି। ବାବା ରାମଦେବ ଦେଲେ ଖାଣ୍ଟି ଗୁଆ ଘିଅ ଛୁଙ୍କ।

୫୦୦ କିଲୋ ଚାଉଳ, ୩୦୦ କିଲୋ ଡାଲି, ୧୦୦ କିଲୋ ଶୁଦ୍ଧ ଘିଅ ଏବଂ ବିଭିନ୍ନ ମସଲାରେ ପ୍ରସ୍ତୁତ ହୋଇଥିବା ୧୧୦୦ କେଜିର ଖେଚୁଡ଼ି ପାଲଟିଛି ବିଶ୍ୱ ରେକର୍ଡ। ଏହାକୁ ତିଆରି କରିଥିବା ୫୦ ଭାରତୀୟ ଏବେ ଚର୍ଚ୍ଚାରେ।

ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ ସମ୍ମୁଖରେ ପ୍ରସ୍ତୁତ ହୋଇଛି ୧୧୦୦ କିଲୋ ଓଜନର ଖେଚୁଡ଼ି। ୱାର୍ଲ୍‌ଡ୍‍ ଫୁଡ୍‌ ଇଣ୍ଡିଆ ଅବସରରେ ପ୍ରସ୍ତୁତ ହୋଇଥିବା ଏହି ଖେଚୁଡି ବିଶ୍ୱ ରେକର୍ଡ ପାଲଟିଛି। ଏହାକୁ ୫୦ ଜଣ ଭାରତୀୟ ତିଆରି କରିଛନ୍ତି।

୫୦୦ କିଲୋ ଚାଉଳ, ୩୦୦ କେଜି ଡାଲି ଏବଂ ୧୦୦ କେଜି ଘିଅରେ ଏହି ଓଜନଦାର ଖେଚୁଡ଼ି ପ୍ରସ୍ତୁତ କରାଯାଇଛି। ଡାଲି, ଚାଉଳ, ମୁଗ, ବାଜରା ଆଦି ସମ୍ମିଶ୍ରଣରେ ଖେଚୁଡ଼ି ତିଆରି କରାଯାଇଛି। ଏହି ଖେଚୁଡ଼ିରେ ଯୋଗ ଗୁରୁ ବାବା ରାମଦେବ ଛୁଙ୍କ ଦେଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତି ଏବଂ ହରସିମ୍ରତ କୌର ସହଯୋଗ କରୁଥିବା ଦେଖିବାକୁ ମିଳିଛି। ଇଣ୍ଡିଆ ଗେଟ୍‌ ନିକଟରେ ନିଆଁ ଜାଳିବା ଉପରେ କଟକଣା ଲାଗିଥିବାରୁ ଇନ୍‌ସୁଲେଟେଡ କଡ଼ାଇରେ ଏହା ପ୍ରସ୍ତୁତ ହୋଇଛି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି କହିଛନ୍ତି, “ଖେଚୁଡ଼ି ହେଉଛି ଆମ ଦେଶର ପ୍ରିୟ ଖାଦ୍ୟ। ମକର ସଂକ୍ରାନ୍ତିରେ ୫୬ ପ୍ରକାର ଆଇଟମ୍ କରାଯାଇଥିଲେ ମଧ୍ୟ ଯଦି ଭୋଜନରେ ଖେଚୁଡ଼ି ନାହିଁ ସେହି ଭୋଜନ ଅସମ୍ପୂର୍ଣ୍ଣ ବୋଲି ଧରାଯାଇଥାଏ।”

ଖେଚୁଡ଼ି ପ୍ରସ୍ତୁତ କରିଥିବା ଭାରତର ଜଣାଶୁଣା ସେଫ୍‌ ସଞ୍ଜୀବ କପୁର କହିଛନ୍ତି, “ଆମେ ପ୍ରତିଦିନ ଯାହା ଖାଇଥାଉ ତାହାକୁ ଭାରତର ସବୁ ଲୋକ ଖାଇଥା’ନ୍ତି। ଏଣୁ ଆମେ ଖାଉଥିବା ଖାଦ୍ୟ ସମ୍ପର୍କରେ ବିଶ୍ୱବାସୀ ଜାଣିବା ଦରକାର।”

ନଭେମ୍ବର ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାର୍ଲ୍‌ଡ୍‌ ଫୁଡ ଇଣ୍ଡିଆ ଫେଷ୍ଟିଭାଲ୍‌କୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୋଦି କହିଥିଲେ ଖେଚୁଡ଼ି ହେଉଛି ଭାରତୀୟଙ୍କର ପ୍ରିୟଖାଦ୍ୟ।

Comment