ଓଡ଼ିଶାଲାଇଭ୍‍ ବ୍ୟୁରୋ

ସତୁରୀ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ଭଲ ଖବର। ବ୍ୟାଙ୍କ କାରବାର କରିବାକୁ ହେଲେ ସେମାନଙ୍କୁ ଆଉ ବ୍ୟାଙ୍କକୁ ଯିବାକୁ ହେବ ନାହିଁ। ଘରେ ସେହି ସୁବିଧା ମିଳିପାରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ଦିନ ଏକ ନିର୍ଦ୍ଦେଶ ଦେଇ ବ୍ୟାଙ୍କମାନଙ୍କୁ କହିଛନ୍ତି ଯେ ବୟସ୍କ ବ୍ୟକ୍ତି ଓ ଶାରୀରିକ ଅକ୍ଷମ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସାଧାରଣ ଆବଶ୍ୟକତା ଅନୁଯାୟୀ ବ୍ୟାଙ୍କ କାରବାର କରିବାକୁ ହେବ। ଡିସେମ୍ବର ୩୧ ସୁଦ୍ଧା ଏହି ସୁବିଧା ଲାଗୁ କରିବା ପାଇଁ ଏହି ନିର୍ଦ୍ଦେଶରେ କୁହାଯାଇଛି।

ରିଜର୍ଭ ବ୍ୟାଙ୍କ କହିଛନ୍ତି ଯେ ଏହି ଶ୍ରେଣୀର ଗ୍ରାହକମାନଙ୍କ ନ୍ୟୁନତମ ସୁବିଧା ଯଥା ନଗଦ ଦେଣନେଣ, ଚେକବୁକ୍ ଓ ଡିମାଣ୍ଡ ଡ୍ରାଫ୍ଟ ଆଦି ଏଣିକି ସେମାନଙ୍କ ଘରେ ମିଳିବ। ରିଜର୍ଭ ବ୍ୟାଙ୍କ କହିଛି,“ଦେଖାଯାଉଛି ବ୍ୟାଙ୍କରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପ୍ରତି ଧ୍ୟାନ ଦିଆଯାଉନାହିଁ, ବରଂ ସେମାନଙ୍କୁ ହତୋତ୍ସାହିତ କରାଯାଉଛି ଏବଂ ଫେରାଇ ଦିଆଯାଉଛି। ଏହି ଅସୁବିଧାକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡିକୁ ପରାମର୍ଶ ଦିଆଯାଉଛି କି ନିହାତି ଆବଶ୍ୟକ ବ୍ୟାଙ୍କିଙ୍ଗ କାରବାର କରିବାକୁ ବରିଷ୍ଠ ନାଗରିକ ଓ ଅକ୍ଷମମାନଙ୍କୁ ସାହାଯ୍ୟ କରିବା ପାଇଁ ହେବ।”

ଯେଉଁ ସବୁ ସୁବିଧା ବୟସ୍କ ବ୍ୟକ୍ତିମାନେ ଘରେ ପାଇପାରିବେ ସେଥିରେ ଟଙ୍କା ଉଠାଇବା,ଜମା କରିବା, ଡିମାଣ୍ଡ ଡ୍ରାଫ୍ଟ, କେୱାଇସି ଡକ୍ୟୁମେଣ୍ଟ ଯାଞ୍ଚ ଓ ଲାଇଫ ସାର୍ଟିଫିକେଟ ଆଦି ଅନ୍ତର୍ଭୁକ୍ତ। ଡିସେମ୍ବର ମାସ ମଧ୍ୟରେ ଏହାକୁ ଲାଗୁ କରିବା ପାଇଁ କୁହାଯାଇଥିବା ବେଳେ ବ୍ୟାଙ୍କମାନେ ଏ ସମ୍ପର୍କରେ ନିଜ ନିଜ ୱେବସାଇଟରେ ସୂଚନା ମଧ୍ୟ ଦେବେ।

1 COMMENT

  1. F I r ଭଳି କିଛି ବାର୍ତା ବହୁତ ବଢିଆ, ଏମିତି କିଛି ବାର୍ତା ଯଦି ଅଛି ତାହାହେଲେ ପ୍ରକାଶ କରନ୍ତୁ

Comment