ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚକଡ଼ା ପୋକ ପ୍ରଭାବିତ ଅଞ୍ଚଳ ବରଗଡ଼ ଜିଲ୍ଲାରେ ବିଜେପି କେନ୍ଦ୍ରୀୟ ଟିମ୍‌। ସାଂସଦ ସାବିତ୍ରୀବାଇ ଠାକୁର ଏବଂ ଓମ୍‌ ପ୍ରକାଶ ଯାଦବଙ୍କ ନେତୃତ୍ବରେ ଆସିଥିବା ଟିମ୍‌ ବରଗଡ଼ କଳାପାଣି ଗାଁକୁ ଯାଇଥିଲେ। ସେଠାରେ ଫସଲ ବୁଲି ଦେଖିବା ସହ ମୃି ଚାଷୀ ବୃନ୍ଦା ସାହୁ ପରିବାରକୁ ଭେଟିଛନ୍ତି। ଏହି ୬ ଜଣିଆ ଟିମ୍‌ରେ ରାଷ୍ଟ୍ରୀୟ କିଷାନ୍‌ ମୋର୍ଚ୍ଚାର ସାଧାରଣ ସମ୍ପାଦକ ପି ସୁଜ୍ଞାନ ରାଓ, ଆନ୍ଧ୍ରପ୍ରଦେଶ କୃଷକ ମୋର୍ଚ୍ଚା ସଭାପତି ପୁଡ୍ଡି ଚିରୁପତି, ଓଡ଼ିଶା କିଷାନ୍ ମୋର୍ଚ୍ଚା ଉପସଭାପତି ମହେଶ୍ବର ସାହୁ ପ୍ରମୁଖ ସାମିଲ୍‌ ହୋଇଥିଲେ। ଏହି ଟିମ୍‌ ବରଗଡ଼ ସମେତ ଅନ୍ୟ ପ୍ରଭାବିତ ଅଞ୍ଚଳ ଗସ୍ତ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ରିପୋର୍ଟ ଦେବେ।

ଚକଡ଼ା ପୋକ ଜନିତ ଫସଲହାନିକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ରହିଛି। ବିଜେପି-ବିଜେଡି ମଧ୍ୟରେ ଲାଗି ରହିଛି ଛକାପଞ୍ଝା।

 

Comment