ଓଡ଼ିଶାଲାଇଭ୍‍ ବ୍ୟୁରୋ

“ଓଡ଼ିଶାର କାର୍ଯ୍ୟରତ ସାମ୍ବାଦିକଙ୍କୁ ମିଳିବ ଶତ ପ୍ରତିଶତ ସ୍ୱାସ୍ଥ୍ୟ ବୀମା। ଏ ବାବଦରେ ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନିକୁ ୧ କୋଟି ୧୫ ଲକ୍ଷ ୨୭ ହଜାର ୮୭୨ ଟଙ୍କା ପ୍ରଦାନ କରାଯିବ”, – ଜାତୀୟ ପ୍ରେସ ଦିବସ ସମାରୋହରେ ଏହା କହିଛନ୍ତି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ମନ୍ତ୍ରୀ ଶ୍ରୀ ଆରୁଖ ଆହୁରି କହିଛନ୍ତି ଯେ,  କାର୍ଯ୍ୟରତ ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱାରୋପ କରି ଆସୁଛନ୍ତିା ଓଡ଼ିଶା ରାଜ୍ୟ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ପୂର୍ବରୁ ରାଜ୍ୟ ସରକାର ୭୫ ପ୍ରତିଶତ ବୀମା ଦେଇ ଆସୁଥିଲେ। ବୀମା ସଂପୂର୍ଣ୍ଣ ଛାଡ଼ କରିବାକୁ ବହୁ ସାମ୍ବାଦିକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ଏହାକୁ ବିଚାରକରି କାର୍ଯ୍ୟରତ ସାମ୍ବାଦିକଙ୍କୁ ଶତ ପ୍ରତିଶତ ବୀମା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଚିହ୍ନଟ ହୋଇଥବା ୨୧୩୮ ଜଣ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାରର ସର୍ବାଧିକ ୪ ଜଣ ଏହି ଯୋଜନାରେ ଉପକୃତ ହେବୋ

ସୂଚନା ଓ ଲୋକସମ୍ପର୍କ ବିଭାଗର କମିଶନର ତଥା ଶାସନ ସଚିବ ସୁରେନ୍ଦ୍ର କୁମାର କହିଛନ୍ତି, ସାମ୍ବାଦିକତା ପ୍ରଥମ ପର୍ଯ୍ୟାୟରେ ଏକ ପ୍ରବୃତ୍ତି ଓ ପରବର୍ତ୍ତୀ ସମୟରେ ଏକ ବୃତ୍ତିରେ ପରିଣତ ହୋଇଛି । ଗଣମାଧ୍ୟମ ବିଭିନ୍ନ ଆହ୍ୱାନ ସତ୍ତ୍ୱେ ଆଜି ସଶକ୍ତ ଓ ସଚେତ ହୋଇ ଗଣତନ୍ତ୍ର ବ୍ୟବସ୍ଥାର ସୁଦୃଢୀକରଣରେ ନିଜର ଭାଗିଦାରୀ ପ୍ରଦର୍ଶନ କରିପାରଛିା”

ଏହି ଘୋଷଣା ଅବସରରେ ଭାଗୀୟ ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଉପସ୍ଥିତ ଥିଲେ।

Comment