ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୭ ବର୍ଷ ପରେ ଭାରତ ପୁଣି ମିସ୍‌ ୱାର୍ଲ୍ଡ ଟାଇଟଲ କବ୍‌ଜା କରିଛି। ହରିୟାଣାର ମାନୁଷୀ ଛିଲର ପିନ୍ଧିଛନ୍ତି ଏହି ମୁକୁଟ।

୧୭ ବର୍ଷ ପରେ ଭାରତ ପୁଣି ମିସ୍‌ ୱାର୍ଲ୍ଡ -୨୦୧୭ ଟାଇଟଲ ହାସଲ କରିଛି। ହରିୟାଣାର ମାନୁଷୀ ଛିଲର(୨୦) ଏହି ମୁକୁଟ ପିନ୍ଧିଛନ୍ତି। ଶନିବାର ମିସ୍‌ ୱାର୍ଲ୍ଡ ପ୍ରତିଯୋଗିତାର ଗ୍ରାଣ୍ଡ  ଫିନାଲେରେ ୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମାନୁଷୀ ଏହି ଟାଇଟଲ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ୧୦୮ ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ।

୨୦୦୦ ମସିହାରେ ଭାରତର ପ୍ରିୟଙ୍କା ଚୋପ୍ରା ଏହି ଟାଇଟଲ ହାସଲ କରିଥିଲେ। ଏହାପରେ ଆଉ କୌଣସି ଭାରତୀୟ ଏହି ମୁକୁଟ ପିନ୍ଧି ନଥିଲେ। ଚୀନର ସାନ୍ୟା ସହରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ମାନୁଷୀ ଏବେ ଡାକ୍ତରୀ ପାଠ ପଢ଼ୁଛନ୍ତି। ସେ ଭାରତର ପ୍ରଥମ ମିସ୍‌ ୱାର୍ଲ୍ଡ ଟାଇଟଲ ହାସଲ କରିଥିବା ରିତା ଫାରିୟାଙ୍କୁ ଆଦର୍ଶ ଭାବେ ଗ୍ରହଣ କରୁଛନ୍ତି। ଏହି ପ୍ରତିଯୋଗିତାରେ ରନର୍ସଅପ୍ ରହିଛନ୍ତି ଷ୍ଟେଫନି ହିଲ୍‌।

କେଉଁ ଭାରତୀୟ ପାଇଥିଲେ ମିସ୍‌ ୱାର୍ଲ୍ଡ ଟାଇଟଲ

-୧୯୬୬ରେ ପ୍ରଥମ ଥର ପାଇଁ ଏହି ଟାଇଟଲ ହାସଲ କରିଥିଲେ ରିତା ଫାରିୟା

-୧୯୯୪ରେ ଐଶ୍ୱର୍ଯ୍ୟା ରାୟ

-୧୯୯୭ରେ ଡାଇନା ହେଡେନ୍

-୧୯୯୯ରେ ଯୁକ୍ତା ମୁଖି

-୨୦୦୦ରେ ପ୍ରିୟଙ୍କା ଚୋପ୍ରା

-୨୦୧୭ରେ ମାନୁଷୀ ଛିଲର

 

 

Comment