ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ଷା ମୁକାବିଲାରେ ଲାଗି ପଡ଼ିଛି ପ୍ରଶାସନ। ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଏପରିକି ଅଫିସରମାନେ ହେଡକ୍ୱାର୍ଟର ଛାଡ଼ି ଯାଇ ପାରିବେ ନାହିଁ ବୋଲି କଟକଣା ଜାରି କରିଛନ୍ତି ଏସ୍‌ଆର୍‌ସି।

ଲଘୁଚାପ ବର୍ଷା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ବର୍ଷା ମୁକାବିଲା କରିବା ପାଇଁ ପ୍ରଶାସନ ପୂରା ଆଗକୁ ବାହାରିଛି। ବର୍ଷା ପାଇଁ ପ୍ରଶାସନିକ ଅଧିକାରୀମାନେ ସଜାଗ ରହିବାକୁ ସ୍ବତନ୍ତ୍ରୀ ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ହେଡକ୍ବାର୍ଟର ଛାଡ଼ି ଜିଲ୍ଲାପାଳ କିମ୍ବା କୌଣସି ଅଫିସର ବାହାରକୁ ଯାଇ ପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଅବପାତର ରୂପ ନେଇ ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଗୋପଳପୁର ବନ୍ଦରଠାରୁ ଅବପାତ ୫୯୦ କି ମି ଦୂରରେ ରହିଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ୯ ଓ ୧୦ ତାରିଖ ଦୁଇ ଦିନ ଧରି ବର୍ଷା ଜୋରଦାର ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସମ୍ଭାବ୍ୟ ବର୍ଷାକୁ ମୁକାବିଲା କରିବା ପାଇଁ ଆଜି ଏସ୍‌ଆର୍‌ସି ପକ୍ଷରୁ ପ୍ରଶାସନିକ ଅଧିକାରୀଙ୍କୁ ସଜାଗ କରାଯାଇଛି। ବର୍ଷା ମୁକାବିଲା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ଷ୍ଟେଟ କେଣ୍ଟ୍ରାଲ ରୁମ୍‌ ସହ ଯୋଗାଯୋଗ କରିବାକୁଲ୍ଲାପାଳଙ୍କ ସମେତ ବ୍ଲକ ଅଧିକାରୀମାନଙ୍କୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼୍ରାଫ, ଅଗ୍ନିଶମ ବାହିନୀ ଏବଂ ପୋଲିସ କର୍ମଚାରୀ ସଜାଗ ରହିବାକୁ ଏସ୍‌ଆରସି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ସେ କହିଛନ୍ତି। ଆବଶ୍ୟକ ପଡ଼ିଲେ କର୍ମଚାରୀମାନଙ୍କ ଛୁଟି ବାତିଲ ହୋଇପାରେ ବୋଲି ଏସ୍‌ଆର୍‌ସି କହିଛନ୍ତି।

କିଛିଦିନ ତଳେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ୨୯ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ବର୍ଷା ମୁକାବିଲା କରିବାକୁ ଜିଲ୍ଲାପାଳଙ୍କୁ ଆଦେଶ ଦେଇଥିଲେ।

Comment