ଓଡ଼ିଶାଲାଇଭ୍‌ ବ୍ୟୁରୋ

ହନିମୁନ୍‌ରେ ରୋମ୍‌ ଯାଇଛନ୍ତି ବିରାଟ-ଅନୁଷ୍କା। ସୋସିଆଲ ମିଡିଆରେ ଫଟୋ ସେୟାର କରି ଅନୁଷ୍କା ଏହା ସ୍ପଷ୍ଟ କରିଛନ୍ତି।

ଇଟାଲିରେ ସିକ୍ରେଟ ବିବାହ କରିବା ପରେ ବିରାଟ-ଅନୁଷ୍କା ହନିମୁନ୍‌ ପାଇଁ ରୋମ୍‌ ଯାଇଛନ୍ତି। ଏନେଇ ଗୁରୁବାରଠାରୁ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ହେଲେ ଶୁକ୍ରବାର ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ଫଟୋ ସେୟାର କରି ସେମାନେ ରୋମ୍‌ରେ ଥିବା ସ୍ପଷ୍ଟ କରିଛନ୍ତି।

ରୋମ୍‌ରେ ସେ ଯେଉଁ ସ୍ଥାନରେ ଅଛନ୍ତି ତାହା ବରଫରେ ଛାଇ ଯାଇଥିବା ଫଟୋରେ ଦେଖିବାକୁ ମିଳିଛି। ଏହି ଫଟୋ ସେୟାର କରି ଅନୁଷ୍କା ଲେଖିଛନ୍ତି ଯେ, “ଏହା ସତରେ ସ୍ୱର୍ଗ।”

ବିରାଟ-ଅନୁଷ୍କା ଆସନ୍ତା ସପ୍ତାହରେ ରୋମ୍‌ରୁ ଭାରତ ଫେରିବେ। ୧୯ ତାରିଖ ପର୍ଯ୍ୟନ୍ତ ସେମାନେ ରୋମର ସୌନ୍ଦର୍ଯ୍ୟଭରା ପରିବେଶକୁ ଉପଭୋଗ କରିବେ।

ଡିସେମ୍ବର ୧୧ ତାରିଖରେ ଇଟାଲିର ଟସ୍କିନ୍‌ ସହରରେ ବିବାହ କରିଥିଲେ ବିରାଟ-ଅନୁଷ୍କା। ଉଭୟ ପରିବାରଙ୍କ ଉପସ୍ଥିତିରେ ଏହି ବାହାଘର ଅନୁଷ୍ଠିତ ହୋଇଥିଲା। ହେଲେ ଏହି ବାହାଘରକୁ ନେଇ ଭାରତରେ ସସପେନ୍ସ ଲାଗି ରହିଥିଲା। ଶେଷରେ ବିରାଟ ଏବଂ ଅନୁଷ୍କା ବାହାଘରର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ସବୁକିଛି ସ୍ପଷ୍ଟ ହୋଇ ଯାଇଥିଲା।

ବିରାଟ-ଅନୁଷ୍କାଙ୍କ ରିସେପସନ୍ ପାର୍ଟି ଡିସେମ୍ବର ୨୧ ଏବଂ ୨୬ ତାରିଖରେ ଅନୁଷ୍ଠିତ ହେବ। ଦିଲ୍ଲୀରେ ୨୧ ତାରିଖରେ ରିସେପସନ୍ ହେବାକୁ ଥିବା ବେଳେ ୨୬ରେ ମୁମ୍ବାଇରେ ହେବ ରିସେପସନ୍‌।

Comment