ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁଳଭୂଷଣଙ୍କ ମା’ ଓ ସ୍ତ୍ରୀଙ୍କୁ ଇସଲାମ୍‌ବାଦରେ ନିର୍ଯାତନା ଦିଆଯିବାକୁ ନିନ୍ଦା କରିଛି ଭାରତ। ଏହି ପ୍ରସଙ୍ଗରେ ରାଜ୍ୟ ସଭାରେ ବିବୃତି ରଖିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ସୁଷମା ଏନେଇ ପାକିସ୍ତାନକୁ ସମାଲୋଚନା କରିଛନ୍ତି।

ସୁଷମା କହିଛନ୍ତି, “କୁଳଭୂଷଣଙ୍କ ମା’ ଏବଂ ସ୍ତ୍ରୀଙ୍କ ସହ ପାକିସ୍ତାନ ଯେଉଁ ବ୍ୟବହାର କରି ତାହା ନିନ୍ଦନୀୟ। କୁଳଭୂଷଣଙ୍କୁ ଭେଟିବାର ସୁଯୋଗ ଦେଇ ପାକ୍‌ ସରକାର କାର୍ଯ୍ୟରେ ମାନବିକତା ନଥିଲା। ଜଣେ ସଧବା ନାରୀଙ୍କୁ ସ୍ୱାମୀ ଆଗରେ ବିଧବା ସଜାଇବା ଦୁର୍ଭାଗ୍ୟଜନକ।”

ସୁଷମାଙ୍କର ଏହି ବିବୃତିକୁ ଉଭୟ କଂଗ୍ରେସ ଏବଂ ବିଜେପି ସମର୍ଥନ କରିଛନ୍ତି। କୁଳଭୂଷଣଙ୍କ ମା’ ଏବଂ ସ୍ତ୍ରୀଙ୍କୁ ପାକିସ୍ତାନରେ ନିର୍ଯାତନା ଦେବା ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନିନ୍ଦା କରିଥିଲେ। ବୈଦେଶିକ ମନ୍ତ୍ରୀ ସଂସଦରେ ବିବୃତି ରଖନ୍ତୁ ବୋଲି ଦାବି କରିଥିଲେ।

ଗୁପ୍ତଚର ଅଭିଯୋଗରେ ଭାରତର ପୂର୍ବତନ ନୌସେନା ଅଧିକାରୀ କୂଳଭୂଷଣ ଯାଦବ ପାକିସ୍ତାନରେ ବନ୍ଦୀ ଅଛନ୍ତି। ତାଙ୍କ ମୁକ୍ତି ପାଇଁ ଦୁଇ ଦେଶ ମଧ୍ୟରେ ଆଇନଗତ ବିବାଦ ଲାଗିରହିଛି। ଭାରତର ବାରମ୍ବାର ଦାବି ପରେ କୁଳଭୂଷଣଙ୍କୁ ସାକ୍ଷତ କରିବା ପାଇଁ ତାଙ୍କ ସ୍ତ୍ରୀ ଓ ମା’ ଇସଲମାବାଦ ଯାଇଥିଲେ। ହେଲେ ସାକ୍ଷାତ ପୂର୍ବରୁ ଭଭୟଙ୍କ ଯୋତା ଓ ଅନ୍ୟାନ୍ୟ ଜିନିଷ ପାକିସ୍ତାନ ସୁରକ୍ଷା କର୍ମୀ ଖୋଲି ରଖିଥିଲେ।  ଏପରିକି କୂଭୂଷଣଙ୍କ ସ୍ତ୍ରୀ ଚେତକୁଳ ଯାଦବଙ୍କୁ   ଚୂଡି, ବିନ୍ଦି, କାନଫୁଲ, ମଙ୍ଗଳସୂତ୍ର ପିନ୍ଧିବାକୁ ଦେଇନଥିଲେ। ଫେରିବା ବେଳେ ପାକିସ୍ତାନ କର୍ତ୍ତୃପକ୍ଷ ତେଜକୂଳଙ୍କ ଯୋତା ଫେରାଇ ନଥିଲେ। ଯୋତାରେ କ୍ୟାମେରା କିମ୍ବା ରେକର୍ଡିଂ ଚିପ୍ସ ଥିବା ସନ୍ଦେହ କରି ପାକିସ୍ତାନ ଫରେନ୍ସିକ୍ ଲାବ୍‌କୁ ପରୀକ୍ଷା ପାଇଁ ପଠାଇଥିବା ସଫେଇ ଦେଇଛି। ଭାରତକୁ ଅପଦସ୍ତ କରିବାକୁ ଇସଲାମାବାଦ ନୂଆ ଚାଲ ଆରମ୍ଭ କରିଦେଇଛି ବୋଲି ଭାରତ ସରକାର ଅଭିଯୋଗ କରିଛନ୍ତି।

Comment