ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଅପେରା ଓ ରଙ୍ଗମଞ୍ଚର ନିଷ୍ଠାପର ବିନ୍ଧାଣୀ ଅନନ୍ତ ଓଝା ଆଉ ନାହାନ୍ତି। ନୂଆବର୍ଷର ନୂତନ ସୂର୍ଯ୍ୟ ଉଦୟ ପୂର୍ବରୁ ସେ ବେଙ୍ଗାଳୁରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କ୍ୟାନ୍ସରରେ ପୀଡ଼ିତ ହୋଇ ସେ ବେଙ୍ଗାଳୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ତାଙ୍କ ମୃତ୍ୟରେ ଓଡ଼ିଆ ଯାତ୍ରା ଜଗତ ସ୍ତବ୍ଧ ହୋଇଯାଇଛି। ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓଡ଼ିଶା ଯାତ୍ରା କଳାକାର ସଂଘ, ଓଡ଼ିଶା ସିନେକ୍ରିଟିକ୍ ଆସୋନିଏସନ୍ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମିତ ଅନନ୍ତ ଓଝାଙ୍କ ମୋଟ୍ ୧୦୩ନାଟକ ସଫଳତାର ସହ ମଞ୍ଚସ୍ଥ ହୋଇଛି। ୫୯ନାଟକ ପ୍ରକାଶିତ ହୋଇଛି। କ୍ୟାନସରରେ ପୀତିତ ଥିବାବେଳେ ସେ ୮ଟି ନାଟକ ରଚନା କରିଥିଲେ। ତାଙ୍କ ଲିଖିତ ଚର୍ଚ୍ଚିତ ନାଟକ ମଧ୍ୟରେ ଜୀଅନ୍ତା ଶବ, ବିଦେଶିନୀ, କେନ୍ଦ୍ରପଡ଼ା ଝିଅ, ନର୍କରୁ ନିର୍ମାଲ୍ୟ, ଭଲ ମଣିଷ ଖୋଜା ଚାଲିଛି, ହରେକୃଷ୍ଣ ହରେରାମ ପ୍ରଭୃତି ଅନ୍ୟତମ।

ଦେହାନ୍ତ ପରେ ଅନନ୍ତଙ୍କ ପିଛା ଛାଡ଼ି ନଥିଲା ଦୁଃଖ। ପରିବାରବର୍ଗ ବକେୟା ଟଙ୍କା ଦେଇ ନପାରିବାରୁ ମେଡିକାଲ କର୍ତ୍ତୃପକ୍ଷ ଅନନ୍ତଙ୍କ ମୃତଦେହ ଛାଡ଼ି ନଥିଲେ। ଶେଷରେ ରାଜ୍ୟ ସରକାର ଏତିରେ ହସ୍ତକ୍ଷେପ କରିଥିଲେ। ବକେୟା ୮ ଲକ୍ଷ ଟଙ୍କା ରାଜ୍ୟ ସରକାର ଦେବା ପରେ ଅନନ୍ତଙ୍କ ମୃତଦେହକୁ ଛାଡ଼ିଥିଲେ ମେଡିକାଲ କର୍ତ୍ତୃପକ୍ଷ।

Comment