ଓଡ଼ିଶାଲାଇଭ୍‍ ବ୍ୟୁରୋ

ଓଡ଼ିଶାର ରାଜ୍ୟପାଳ ଡକ୍ଟର ଏସ୍‌ସି ଜମିର୍ ପରିବାର ସହ ଐତିହାସିକ ଧଉଳି ଓ ନନ୍ଦନକାନନରେ ନୂଆବର୍ଷ ପାଳିଛନ୍ତି। ଧଉଳିର ଐତିହାସିକ କୀର୍ତ୍ତି ଓ ପ୍ରାକୃତିକ ଶୋଭାକୁ ସେ ମନଭରି ଉପଭୋଗ କରିଥିଲେ। ସେଠାରେ ସେ ଅଳ୍ପସମୟ ବିତାଇଥିବା ବେଳେ କୁନି କୁନି ପିଲାମାନେ ରାଜ୍ୟପାଳଙ୍କ ପିଛା ଛାଡ଼ିନଥିଲେ। ପାଦଛୁଇଁ ଆଶୀର୍ବାଦ ନେଇଥିଲେ।

କିଛି ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ରାଜ୍ୟପାଳଙ୍କ ସହ ସେଲ୍ଫି ନେବାକୁ ଭୁଲିନଥିଲେ। ନୂଆବର୍ଷରେ ଧଉଳି ପାହାଡ଼ ଲୋକାରଣ୍ୟ ହୋଇ ଉଠିଥିଲା। ଚାରିଆଡେ ଚାଲିଥିଲା ବଣଭୋଜି। ନାଚ ଗୀତର ଆସର ସହ ଭୋଜିଭାତର ମଜା ଉଠାଉଥିଲେ। ୧ଲକ୍ଷରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପାହାଡ ଉପରେ ଓ ପାଦ ଦେଶରେ ଗ୍ରହଣ କରାଯାଇଥିଲା କଡା ସୁରକ୍ଷା।

ଧ‌ଉଳିର ଅପରୂପ ଶୋଭା ପରିଦର୍ଶନ କରି ରାଜ୍ୟପାଳ ପୁଅ, ବୋହୂ ଓ ଦୁଇ ନାତୁଣିଙ୍କ ଗହଣରେ ପହଞ୍ଚିଥିଲେ ନନ୍ଦନକାନନରେ। ଜିଓଲୋଜିକାଲ ପାର୍କ ନନ୍ଦନକାନନର ଅପରୂପ ଦୃଶ୍ୟକୁ ରାଜ୍ୟପାଳ କ୍ୟାମେରାରେ କଏଦ କରିଥିଲେ। ବନ୍ୟଜନ୍ତୁ ଓ ରଙ୍ଗବେରଙ୍ଗର ପକ୍ଷୀଙ୍କୁ ଦେଖିଥିଲେ ତାଙ୍କ ନାତିନାତୁଣି ଓ ପୁଅବୋହୂ। ରାଜ୍ୟପାଳ ନନ୍ଦନକାନନରେ ଢେର ସମୟ ବିତାଇଥିଲେ।

Comment