ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିଲ୍ମ ବାହୁବଳୀର ସଫଳତା ପରେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ପ୍ରଭାସ। ହେଲେ ସେ ଆକ୍ସନ ହିରୋ ନୁହେଁ, ରୋମାଣ୍ଟିକ୍‌ ହିରୋ ଭାବେ ସେ ନଜରକୁ ଆସିବେ।

ଖୁବ୍‌ଶୀଘ୍ର ବାହୁବଳୀ ଫେମ୍ ପ୍ରଭାସ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି। ହେଲେ ସେ ଆକ୍ସନ୍ ହିରୋ ଭାବେ ନୁହେଁ, ଜଣେ ରୋମାଣ୍ଟିକ୍ ହିରୋ ଭୂମିକାରେ ପ୍ରଥମ ଥର ପାଇଁ ହିନ୍ଦୀ ଫିଲ୍ମରେ ନଜରକୁ ଆସିବେ ପ୍ରଭାସ।

ବାହୁବଳୀର ସଫଳତା ପରେ ଦର୍ଶକଙ୍କ ନଜର ଥିଲା କେବେ ପ୍ରଭାସ୍ ବଲିଉଡ ପରଦା ଉପରେ ନିଜର ଜଲୱା ଦେଖାଇବେ। ପ୍ରଭାସ୍ ମଧ୍ୟ ଏନେଇ ଚୁପ୍ ଥିଲେ। ଏବେ ପ୍ରଭାସ ଫ୍ୟାନ୍‌ମାନଙ୍କର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଦର୍ଶକ ବଲିଉଡରେ ପ୍ରଭାସଙ୍କୁ ଦେଖିବାର ସୁଯୋଗ ପାଇବେ।

ପ୍ରଭାସ୍‌ ବର୍ତ୍ତମାନ ଲସ୍ ଆଞ୍ଜେଲସ୍‌ରେ ଶ୍ରଦ୍ଧା କପୁରଙ୍କ ସହ ଫିଲ୍ମ ‘ଶାହୁ’ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହାପରେ ତାଙ୍କର ବଲିଉଡ ଫିଲ୍ମ ପାଇଁ ସୁଟିଂ ଆରମ୍ଭ ହେବ ବୋଲି କହିଛନ୍ତି ଖୋଦ ପ୍ରଭାସ।

ପ୍ରଭାସ କହିଛନ୍ତି ଯେ, “ବଲିଉଡରେ ଏଣ୍ଟ୍ରି କରିବା ଇଚ୍ଛା ତାଙ୍କର ବହୁ ପୂର୍ବରୁ ଥିଲା। ବାହୁବଳୀ ରିଲିଜ୍ ହେବା ପରେ ବଲିଉଡରୁ ବହୁ ଅଫର୍ ଆସୁଥିଲା। କିନ୍ତୁ ଭଲ କାହାଣୀ ସନ୍ଧାନରେ ଥିଲେ ପ୍ରଭାସ। ତିନିବର୍ଷ ଧରି କାହାଣୀ ପଢିବା ପରେ  ଏବେ ତାଙ୍କୁ ମନ ମୁତାବକ କହାଣୀ ମିଳିଯାଇଛି। ନିଜକୁ ହିନ୍ଦୀ ଫିଲ୍ମର ଜଣେ ବଡ ଫ୍ୟାନ୍ ଭାବେ ଦର୍ଶାଇଛନ୍ତି। ଆକ୍ସନ୍ ଫିଲ୍ମ ଅପେକ୍ଷା ରୋମାଣ୍ଟିକ୍ ଚଳଚ୍ଚିତ୍ରରେ ଦର୍ଶକ ମୋତେ ଅଧିକ ପସନ୍ଦ କରିବା ଆରମ୍ଭ କଲେଣି।

Comment