ଓଡ଼ିଶାଲାଇଭ୍ ବ୍ୟୁରୋ
ଶେଷ ହୋଇଛି ଖଣି ଲିଜ୍ଧାରୀଙ୍କଠାରୁ ଜରିମାନା ଆଦାୟର ଡେଡ୍ ଲାଇନ୍। ୭ ଲିଜ୍ଧାରି ନିର୍ଦ୍ଧାରିତ ସମୟରେ ଜରିମାନା ପୈଠ କରି ନପାରିବାରୁ ସେମାନଙ୍କୁ ବାତିଲ୍ କରାଯାଇଛି।
ଯେଉଁ ଖଣି ଉତ୍ତୋଳନକାରୀ କମ୍ପାନିଙ୍କଠାରୁ ଜରିମାନା ଆଦାୟ କରାଯାଇଛି ସେହି ଟଙ୍କା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଉନ୍ନତି ପାଇଁ ଖର୍ଚ୍ଚ କରାଯିବ। ୮ଟି ଜିଲ୍ଲାର ୧୦୦୦ ଗାଁରେ ଏହି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି।
କଂଗ୍ରେସ କିନ୍ତୁ ଭିନ୍ନ ଦାବି କରିଛି। ଆଦାୟ ହୋଇଥିବା ଜରିମାନା ଖଣି ଅଞ୍ଚଳର ପ୍ରଭାବିତ ଆଦିବାସୀ ଏବଂ କୃଷକଙ୍କ ଉନ୍ନତି ପାଇଁ ଖର୍ଚ୍ଚ କରିବାକୁ ଦାବି କରିଛି।
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ଖଣି ଅଞ୍ଚଳର ପ୍ରଭାବିତ ଲୋକଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିବା ଦରକାର। ବିଶେଷକରି ଆଦିବାସୀ ଏବଂ ଚାଷୀମାନଙ୍କ ପାଇଁ ଜରିମାନା ଟଙ୍କା ଖର୍ଚ୍ଚ କରାଗଲେ ସେମାନେ ଉପକୃତ ହୋଇପାରନ୍ତେ।”
ବିଜେପି ନେତା ସମୀର ମହାନ୍ତି ଜରିମାନା ଆଦାୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ୧୭ ହଜାର ୫୦୦ କୋଟି ଟଙ୍କାର ଜରିମାନା ଆଦାୟ କରିବାକୁ ସେତେବେଳେ ସେଣ୍ଟ୍ରାଲ ଏମ୍ପାୱାର କମିଟି ପ୍ରସ୍ତାବ ଦେଇଥିଲେ। ହେଲେ ରାଜ୍ୟ ସରକାର ମାତ୍ର ୮.୨୨୩ କୋଟି ଟଙ୍କା ଆଦାୟ କରିବା ଦୁର୍ଭାଗ୍ୟଜନକ।


















