ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଞ୍ଜୟ ଲୀଲା ଭନ୍‌ସାଲିଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ପଦ୍ମାବତୀକୁ ନେଇ ବିବାଦ ଥମୁନି। ଆରମ୍ଭରୁ କରଣୀ ସେନା ଏହାକୁ ବିରୋଧ କରି ଆସୁଛି। ଫିଲ୍ମର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ଶାଲୀଙ୍କୁ  ଜେଲ୍ ପଠାଯିବା ସହ ସେନ୍ସର ବୋର୍ଡ ଅଧ୍ୟକ୍ଷ ପ୍ରସୂନ ଯୋଶୀଙ୍କୁ ପଦରୁ ହଟାଯିବା ପାଇଁ ଯୁକ୍ତି ବାଢିଛି କରଣୀ ସେନା।  

ବହୁ ବାଦବିବାଦ ପରେ ସେନ୍ସର ବୋର୍ଡ ପଦ୍ମାବତୀ ଫିଲ୍ମର ନାଁ ବଦଳାଇ ରିଲିଜ୍ ପାଇଁ ଅନୁମତି ଦେଇଛନ୍ତି। ତଥାପି ଏଥିରେ ସନ୍ତୁଷ୍ଟ ନାହାନ୍ତି କରଣୀ ସେନା। ରାଣୀ ପଦ୍ମାବତୀ ଓ ଖିଲଜୀଙ୍କ ପ୍ରେମ ସମ୍ପର୍କକୁ ନେଇ କିଛି ଆପତ୍ତିଜନକ ଦୃଶ୍ୟ ରହିଛି। ଏହାକୁନେଇ ଆପତ୍ତି ଉଠାଇଛି କରଣୀ ସେନା। ଜାଣନ୍ତୁ କଣ କହିଛି କରଣୀ ସେନା।

ଫିଲ୍ମ ଫଣ୍ଡିଂ ଉପରେ ପ୍ରଶ୍ନବାଚୀ

କରଣୀ ସେନାର ନେତା ସୁଖଦେବ ସାହୁଙ୍କ ମୁତାବକ ଗୋଗାମେଡି ଜୋହର ପ୍ରଥା ଉଲ୍ଲେଖ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଜୋହର୍ ଏଥିପାଇଁ କରାଯାଇଥିଲା କି ମାତା ପଦ୍ମିନୀ ଚାହୁଁନଥିଲେ କି, ତାଙ୍କ ମୃତ ଶରୀରକୁ ଖୀଲଜୀ ହାତ ଲଗାନ୍ତୁ । ଯଦି ଜୀବନ ଦେବାର ଥାନ୍ତା ତେବେ ସେ ଜହର ପିଇ ମଧ୍ୟ ଦେଇପାରିଥାନ୍ତେ । କିନ୍ତୁ ତାଙ୍କର ଏହି ବଳିଦାନ ମହାନ ଥିଲା । ପଦ୍ମାବତୀ ଚଳଚ୍ଚିତ୍ରର ଫଣ୍ଡିଂ ଉପରେ ପ୍ରଶ୍ନ ଉଠାଇ କରଣୀ ସେନା କହିଛି କି, ଦେଶରେ ଯେତେବେଳ ନୋଟବନ୍ଦୀର ମାହୋଲ୍ ଥିଲା ସେତେବେଳେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା। ତେବେ ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିବା କୋଟ କୋଟି ଟଙ୍କା ଆସିଲା କୁଆଡୁ ?

ଦେଶଦ୍ରୋହ ମାମଲା ରୁଜ୍ଜୁ ହୋଇନି କାହିଁକି?

‘ପଦ୍ମାବତୀ’ ଫିଲ୍ମକୁ ରିଲିଜ୍ ଅନୁମତି ମିଳିନାହିଁ। ତେବେ ସଞ୍ଜୟ ଲୀଲା ବଂଶୀଲୀଙ୍କ ଉପରେ ଦେଶଦ୍ରୋହ ମାମଲା କାହିଁକି ରୁଜ୍ଜୁ କରାଯାଇନି ବୋଲି ପ୍ରଶ୍ନ କରିଛି କରଣୀ ସେନା। ଭନ୍‌ଶାଲୀଙ୍କ ଉପରେ ହିନ୍ଦୁ ସଂସ୍କୃତିକୁ ବିକ୍ରି କରିବା ଭଳି ଅଭିଯୋଗ ଆଣିଛି କରଣୀ ସେନା। କେନ୍ଦ୍ର ଖେଳ ରାଷ୍ଟ୍ର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ମାତା ପଦ୍ମିନୀଙ୍କ ରାଜ୍ୟରୁ ଆସିଛନ୍ତି। ସେ ମଧ୍ୟ ଏଯାଏଁ  ଇସ୍ତଫା କାହିଁକି ଦେଇନାହାନ୍ତି ବୋଲି କହିଛି କରଣୀ ସେନା ।

ବିଜେପିକୁ ଧମକ୍ ଦେଲା କରଣୀ ସେନା

କରଣୀ ସେନା ଫିଲ୍ମ ପଦ୍ମାବତୀକୁ ରିଲଜ୍ ପାଇଁ ଅନୁମତି ଦେବା ବିଷୟକୁ ନେଇ ବିଜେପିକୁ ଧମକ୍ ଦେଇଛି । ରାଜସ୍ଥାନରେ ଆଗକୁ ୩ଟି ଉପନିର୍ବାଚନ ହେବାକୁ ବାକି ଅଛି। ବିଜେପି ପ୍ରତିଶ୍ରୁତି ଖିଲାପ୍ କରିଛି। ଯାହାର ପରିଣାମ ଆଗାମୀ ନିର୍ବାଚନରେ ତାକୁ ଭୋଗିବାକୁ ପଡିବ ବୋଲି ଧମକ୍ ଦେଇଛି କରଣୀ ସେନା।

Comment