ଓଡ଼ିଶାଲାଇଭ୍ ବ୍ୟୁରୋ

ନୁଆବର୍ଷରେ ନୂଆ ଲୁକ୍ ନେଇ ଆସୁଛନ୍ତି ବଲିଉଡ୍ ଖିଲାଡି ଅକ୍ଷୟ କୁମାର।  ଫିଲ୍ମ ‘ପ୍ୟାଡ୍ ମ୍ୟାନ୍’ ଏଯାବତ୍ ରିଲିଜ୍ ହୋଇନଥବାବେଳେ ତା’ ପୂର୍ବରୁ ଅକ୍ଷୟଙ୍କ ଅନ୍ୟ ଏକ ସିନେମା ‘କେଶରୀ’ର ଫାର୍ଷ୍ଟ ଲୁକ୍ ମଧ୍ୟ ରିଲିଜ୍ ହୋଇଯାଇଛି। ଫିଲ୍ମରେ ଅକ୍ଷୟଙ୍କ ଲୁକ୍ ଖୁବ୍ ଭିନ୍ନ। ଏଥିରେ ସେ ପଗଡିରେ ନଜର ଆସୁଛନ୍ତି। ସିନେମାଟି ବ୍ୟାଟେଲ୍ ଅଫ୍ ସାରାଗଢୀ ଉପରେ ଆଧାରିତ।

ନିଜ ଟୁଇଟର୍ ଆକାଉଣ୍ଟରେ ନିଜ ଲୁକ୍ ସେୟାର୍ କରି କହିଛନ୍ତି ମୋତେ ଏହି ଫଟୋଟିକୁ ସେୟାର୍ କରିବାରେ ଗର୍ବ ଅନୁଭବ ହେଉଛି। କେଶରୀ ସିନେମା ସହିତ ବର୍ଷ ଆରମ୍ଭ କରୁଥବାରୁ ଖୁବ୍ ଖୁସି। ଏହା ମୋର ସବୁଠାରୁ ବଡ ପ୍ରୋଜେକ୍ଟ । ଆପଣମାନଙ୍କ ଶୁଭକାମନା ବଳରେ ଏହା ସମ୍ଭବ ହୋଇପାରିଛି।

ସୂଚନାଯୋଗ୍ୟ ଯେ, ଅକ୍ଷୟ କୁମାର ଶୁକ୍ରବାରଠାରୁ କରଣ ଜୋହରଙ୍କ ପ୍ରଡକକ୍ସନ୍ ସିନେମା ‘କେଶରୀ’ର ସୁଟିଂ ଆରମ୍ଭ କରିଛନ୍ତି। ଅକ୍ଷୟ, କରଣ ଓ ସଲମାନ୍ ମିଶି ଏହି ସିନେମାଟି ନିର୍ମାଣ କରିବାର ଥିଲା। କିନ୍ତୁ ବର୍ଷ ଶେଷରେ ସଲମାନ୍ ଏହି ସିନେମାଟିକୁ କରିବାକୁ ମନା କରିଦେଇଛନ୍ତି। ଫଳରେ ଅକ୍ଷୟ ଫିଲ୍ମ ‘କେଶରୀ’ରେ ମୁଖ୍ୟ ଭୂମିକାରେ ନଜର ଆସିବେ।

Comment