ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ହାଇକୋର୍ଟରେ ରାଜ୍ୟ ନିର୍ବାଚନ କମିଶନ(ଇସି)ଙ୍କ ନିର୍ଦ୍ଦେଶ କାଟ୍ ଖାଇଛି। କେନ୍ଦୁଝରଗଡ଼ ପୌରପାଳିକାର ୯ ବିଜେଡି କାଉନସିଲର ତାଙ୍କ ପଦ ବଜାୟ ରଖିଛନ୍ତି। ଦଳୀୟ ହ୍ୱିଇପ୍ ସତ୍ତ୍ୱେ ପୌରାଧ୍ୟକ୍ଷା ମୀନା ମାଝିଙ୍କ ବିରୋଧରେ ଆଗତ ଅନାସ୍ଥା ଭୋଟ ସପକ୍ଷରେ ୨୦୧୫ ଡିସେମ୍ବର ୨୮ତାରିଖରେ ୯ବିଜେଡି କାଉନସିଲର ଭୋଟ ଦେଇଥିଲେ।

ଏହା ବିରୋଧରେ ପୌରାଧ୍ୟକ୍ଷା ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ରାଜ୍ୟ ନିର୍ବାଚନ କମିଶନ ଦଳବଦଳ ଆଇନ ଅନୁସାରେ ଏହି କାଉନସିଲରଙ୍କ ସଭ୍ୟପଦ ରଦ୍ଦ ପାଇଁ ୨୦୧୦ ଫେବୃଆରୀ ୨୨ ତାରିଖରେ ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କାଉନସିଲର ସବିତା ସେଠୀ, ଶତ୍ରୁଘ୍ନ ନାୟକ, କୁମୁଦିନୀ ନାୟକ, ସୁନୀଲ ନାୟକ, ଦିଲୀପ କୁମାର ବେହେରା, ସୁଶ୍ରୀ ସଙ୍ଗୀତା ନନ୍ଦ, କୁନା ନାୟକ, ପ୍ରଭାତୀ ପଟ୍ଟନାୟକ ଓ ସ୍ୱର୍ଣ୍ଣଲତା ସାହୁ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିଲେ।

Comment