ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ତର୍ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମେଳା୨୦୧୮ରେ ଭୁବନେଶ୍ଵର ୮ନମ୍ବର ଡିଏଭି ସ୍କୁଲର ଛାତ୍ର ନୈସର୍ଗିକ ଯୋଗଦେବେ। ଆମେରିକାର ପିଟସବର୍ଗରେ ଏହି ମେଳା ଅନୁଷ୍ଠିତ ହେବ। ଏହି ମେଳାରେ ଭାଗନେବା ପାଇଁ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ପ୍ରତିଯୋଗିତା।

ଏହି ଜାତୀୟ ପ୍ରତିଯୋଗିତାରେ ଭାଗନେବା ପାଇଁ ସମଗ୍ର ଦେଶରୁ ୧୦୫୦ଜଣ ଆବେଦନ କରିଥିଲେ ମଧ୍ୟ ମାତ୍ର ୭୦ଜଣ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୦ଜଣଙ୍କୁ  ପିଟସବର୍ଗ ଅନ୍ତର୍ଜାତୀୟ ବିଜ୍ଞାନ ମେଳା ପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା। ଏମାନଙ୍କ ମଧ୍ୟରେ ଭୁବନେଶକ୍ବର ୟୁନିଟ୍ -୮ ଡିଏଭି ପବ୍ଲିକ୍ ସ୍କୁଲର ଛାତ୍ର ନୈସର୍ଗିକ ଏକ ମାତ୍ର ଓଡ଼ିଆଭାବେ ସ୍ଥାନ ପାଇଛନ୍ତି। ପ୍ରକଳ୍ପ ‘ବାୟୋଡିଟିକ୍ସଫିକେଶନ୍  ଅଫ୍ ହେକ୍ସାଭାଲାଣ୍ଟ୍ କ୍ରୋମିୟମ୍’ ପାଇଁ ନୈସର୍ଗିକ ପାଇଛନ୍ତି ଅନେକ ସମ୍ମାନ ଓ ସ୍ଵୀକୃତି।

Comment