ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଇନାର ଦକ୍ଷିଣ ପଶ୍ଚିମ ପ୍ରଦେଶ ୟୁନାନରେ ୮ କେଜି ଓଜନର ଏକ ଛତୁ ଦେଖିବାକୁ ମିଳିଛି। ଏହାର ପରିଧି ୧.୮ ମିଟର। ପୁଏର୍ ସିଟିର ସନ ରିଭର ନ୍ୟାଶନାଲ୍ ପାର୍କରେ ଏହି ଛତୁ ଉଠିଥିବା ଜଣେ ଅଧିକାରୀ କହିଛନ୍ତି।

ଛତୁଟିର ଅଧାଭାଗ ପତ୍ରରେ ଢାଙ୍କି ହୋଇ ରହିଥିବାବେଳେ ଆଉ ଅଧା ଭାଗ ଖୋଲାରହିଛି। ଧୂସରରଙ୍ଗର ଏହି ଛତୁରେ ଅନେକ ସ୍ତର ଓ ଭାଙ୍ଗ ରହିଛି। ଏହି ଅଞ୍ଚଳରେ ଏହା ପୂର୍ବରୁ ଏତେ ବଡ ଛତୁ ଦେଖବାକୁ ମିଳିନଥିଲା। ଏହା ଖାଇବା ଯୋଗ୍ୟ ନୁହେଁ ବୋଲି କବକ ଶାସ୍ତ୍ର ବିଶାରଦମାନେ କହିଛନ୍ତି। ୪୦ବର୍ଷ ମଧ୍ୟରେ କେବେ ଏଭଳି ଛତୁ ଦେଖ ନଥିବା ଜଣେ ବାସିନ୍ଦା କହିଛନ୍ତି।

Comment