ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ଜଗମୋହନ ଛାତକୁ ଶହଶହ ବର୍ଷ ମଜବୁତ ରଖିବା ତଥା ଜଗମୋହନ ଛାତକୁ ସପୋର୍ଟ ଦେବା ପାଇଁ ବର୍ମା କାଠରେ ପ୍ରସ୍ତୁତ ଡିଜାଇନିଂ କାଠ ସିଲିଂ ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ଏହାକୁ ୨ଟି ଟ୍ରକରେ ଅଣାଯାଇ ଶ୍ରୀମନ୍ଦିରରେ ରଖାଯାଇଛି। ଏହାକୁ ସ୍ଥାପନ କରିବାକୁ ୨ଦିନ ସମୟ ଲାଗିବ।

ଜଗମୋହନରେ ଲାଗିଥିବା ପୋର୍ଟାଲ୍ ଫ୍ରେମରେ ପଥର କ୍ଲାଡିଂ ଚାଲିଥିବାବେଳେ ସିଲିଂ ପ୍ରସ୍ତୁତି ହୋଇଛି। ଶହଶହ ବର୍ଷ ମଜବୁତ ରଖିବା ତଥା ଜଗମୋହନ ଛାତକୁ ସପୋର୍ଟ ଦେବା ପାଇଁ କାଠରେ ସିଲିଂ କରାଯାଇଛି। ବର୍ମାରୁ ୨ଇଞ୍ଚ ଓସାରର ୩ଶହ ସିଫ୍ଟ ଶାଗୁଆନ୍ କାଠ ଅଣାଯାଇ ଭୁବନେଶ୍ଵରରେ ଏହାର କାମ କରାଯାଉଥିଲା। ଦିଲୀପ୍ କନଷ୍ଟ୍ରକ୍ସନ୍ ପକ୍ଷରୁ ୧୮ଜଣ କୁଶଳୀ କାରିଗରଙ୍କ ଦ୍ଵାରା ୩ମାସ ଧରି ଏହି ସିଲିଂ କରାଯାଇଥିବା ଜଣାପଡିଛି।

Comment