ଓଡ଼ିଶାଲାଇଭ୍ ବ୍ୟୁରୋ

  • ୧୩ଟି ରାଜ୍ୟରୁ ୧୫୨ଜଣ କ୍ରୀଡାବିତ ସାମିଲ

ରାଷ୍ଟ୍ରିୟ ଖେଳକୁଦ ସଂଘ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ରୋପ୍ ସ୍କିପିଙ୍ଗର ସମାପନ ଉତ୍ସବ କିଟ୍ ବିଶ୍ଵବିଦ୍ୟାଳୟରେ ପାଳିତ ହୋଇଯାଇଛି।

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ବାରା ପ୍ରତିଯୋଗିତା ପରିଚାଳିତ ହୋଇଥିଲା। ଏହି ପ୍ରତିଯୋଗିତାରେ ୧୩ଟି ରାଜ୍ୟରୁ ୧୪ବର୍ଷରୁ କମ୍ ବର୍ଗର ମୋଟ ୧୫୨ଜଣ କ୍ରୀଡାବିତ ସାମିଲ ହୋଇଥିଲେ। ୫୦ରୁ ଅଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ତିନିଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ସମାପନ ଉତ୍ସବରେ ନାଲକୋ ସିଏମଡି ଡକ୍ଟର ତପନ କୁମାର ଚାନ୍ଦ୍  ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗିଙ୍କୁ ପରୁସ୍କାର ପ୍ରଦାନ କରିଥିଲେ।

ଡକ୍ଟର ଚାନ୍ଦ୍ ଓଡ଼ିଶାଲାଇଭକୁ କହିଛନ୍ତି, “ପିଲାମାନେ ପୁରସ୍କାର ନେଲାବେଳେ ଯେପରି ଖୁସି ହେଉଥିଲେ ତାହା ମୋତେ ବହୁତ ଆନନ୍ଦିତ କରିଛି। ଏହି ବୟସରେ ପିଲାମାନେ ସେମାନଙ୍କର ପ୍ରତିଭାକୁ ପ୍ରତିପାଦିତ କରିବାର ସମୟ। ନାଲକୋ ସବୁବେଳେ କ୍ରୀଡ଼ା ଏବଂ କ୍ରୀଡ଼ା ସହ ସମ୍ପୃକ୍ତି ଥିବା ବ୍ୟକ୍ତି ବିଶେଷଙ୍କୁ ଅଗ୍ରାଧିକାର ଦେଇଥାଏ”।ଅନ୍ତଃରାଷ୍ଟ୍ରିୟ ଚେସ୍ ଖେଳାଳି ଅପରାଜିତା ଗୋଚ୍ଛିକାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଉପାୟୁକ୍ତ ଜଗନ୍ନାଥ ରାଓ ସ୍ବାଗତ ଭାଷଣ ଦେଇଥିଲେ। ସହାୟକ ଆୟୁକ୍ତ କୃଷ୍ଣ କୁମାର ଧନ୍ୟବାଦ ଦେଇଥିଲେ। ରାଷ୍ଟ୍ରିୟ ଖେଳକୁଦ ସଂଘ ପକ୍ଷରୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏଥିରେ ଦଳଗତ ତଥା ବାଳକ ଓ ବାଳିକା ବିଭାଗରେ ଦିଲ୍ଲୀ ଟିମ୍ ଚାମ୍ପିଅନ୍ ହୋଇଥିଲା। କେଭିଏସ(କେନ୍ଦ୍ରୀୟ ବିଦ୍ୟାଳୟ ଟିମ୍) ଟିମ୍ ଦ୍ଵିତୀୟ, ଗୋଆ ତୃତୀୟ ହୋଇଥିଲା। ବାଳିକା ବିଭାଗରେ ଗୋଆ ଦ୍ଵିତୀୟ ଓ ଛତିଶଗଡ ତୃତୀୟ ହୋଇଥିଲା।

LEAVE A REPLY

Please enter your comment!
Please enter your name here