ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ମହିଳା ଏସପି ପୁଷ୍ପାଞ୍ଜଳୀ ଦେବୀ ପୁଣିଥରେ ନିଜ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ କୌଣସି ନେତା କି ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନୁହେଁ ନିଜ ବଦାନତା ପାଇଁ ଆଜି ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ନିଜର ନିଷ୍ଠାପର କାର୍ଯ୍ୟକୁ ନେଇ ସୋସିଆଲ୍ ମିଡିଆରେ ସବୁବେଳେ ଚର୍ଚ୍ଚାରେ ଥିବା ଉତ୍ତରପ୍ରଦେଶର ଉନ୍ନାସ ଜିଲ୍ଲାର ମହିଳା ଏସପି ପୁଷ୍ପାଞ୍ଜଳୀ ଦେବୀ ପୁଣିଥରେ ନିଜ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ କୌଣସି ନେତା କି ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନୁହେଁ ନିଜ ବଦାନତା ପାଇଁ ଆଜି ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ହାଡଭଙ୍ଗା ଶୀତ ରାତିରେ ଏହି ମହିଳା ଆଇପିଏସ୍ ଅଧିକାରୀ ଜଣକ ରାସ୍ତାକଡରେ ଶୋଇଥିବା ଲୋକଙ୍କୁ କମ୍ବଳ ବାଣ୍ଟିଛନ୍ତି। କେବଳ ସେତିକି ନୁହେଁ ସେ ନିଜେ କମ୍ବଳ କିଣି ଲୋକଙ୍କୁ ଦେଇଛନ୍ତି। ହଠାତ୍ ରାତି ଅଧରେ ପୁଷ୍ପାଞ୍ଜଳୀ ଦେବୀ ରେଳଷ୍ଟେସନ୍ ନିକଟ ହନୁମାନ ମନ୍ଦିରକୁ ଆସି ଗରିବ ଲୋକଙ୍କୁ କମ୍ବଳ ବାଣ୍ଟିଥିଲେ।

ପୂର୍ବରୁ ଏହି ମହିଳା ପୋଲିସ୍ ଅଫିସର୍ ଜଣକ ନିଜ କର୍ମଚାରୀଙ୍କୁ ଚେତାବନୀ ତ ଆଉ କେତେବେଳେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପୁଷ୍ପାଞ୍ଜଳୀ। ସେହିପରି ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ଟିପ୍ସ ଦେଇ ଗଣମାଧ୍ୟମର ପ୍ରମୁଖ ଖବର ପାଲଟିଥାନ୍ତି ମହିଳା ପୋଲିସ୍ ଅଫିସର। ସତରେ ପୁଷ୍ପାଞ୍ଜଳୀ ଦେବୀଙ୍କ ମାନବିକତା ବେଶ୍ ପ୍ରଶଂସନୀୟ।

Comment