ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ହୋଇଛି ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଆହତ ହୋଇଛନ୍ତି ଦୁଇ ଡକାୟତ। ସେମାନଙ୍କଠାରୁ ୨ଟି ଦେଶୀ ପିସ୍ତଲ ଏବଂ ଦୁଇଟି ଗୁଳି ଜବତ କରିଛି ପୋଲିସ। ଏମାନଙ୍କ ନାଁରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି।

ଦୁର୍ଦ୍ଦାନ୍ତ ଅପରାଧୀ ହରି ମେଣ୍ଟାଲ ଏବଂ ଲିପୁଙ୍କୁ ପୋଲିସ ଅନେକ ଦିନରୁ ଖୋଜୁଥିଲା। ଉଭୟ ବାଲିପାଟଣା ଥାନା ଅଞ୍ଚଳରେ ରହିଥିବା ପୋଲିସ ଜାଣିପାରି ଆଜି ଅଚାନକ ଚଢ଼ାଉ କରିଥିଲା।

ପୋଲିସକୁ ଦେଖି ଉଭୟ ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲେ। ଏହାସହ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ। ଏହାର ଜାୟବାବରେ ପୋଲିସ ପାଲଟା ଗୁଳି ଚାଳନା କରିଥିଲା। ଗୋଡ଼ରେ ଗୁଳି ବାଜିବାରୁ ହରି ଓ ଲିପୁ ଆହତ ହୋଇଥିଲେ। ପୋଲିସ ସେମାନଙ୍କୁ ଗିରଫ କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା।

ହରି ଓ ଲିପୁଙ୍କ ନାଁରେ ସହିଦ୍‌ନଗର, ଖଣ୍ଡଗିରି, ବାଲିଅନ୍ତା ଓ ବାଲିପାଟଣା ସମେତ ରାଜ୍ୟର ବିଭିନ୍ନ ଥାନାରେ ଡକାୟତି ମାମଲା ରହିଛି। ୨୦୧୮ରେ ଭୁବନେଶ୍ବରରେ ଏହା ହେଉଛି ପ୍ରଥମ କାଉଣ୍ଟର।

ଏହା ପୂର୍ବରୁ କଟକରେ ଏନ୍‌କାଉଣ୍ଟର ହୋଇଥିଲା। ଜାନୁଆରୀ ୫ରେ ଏହି ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଲୋଚନ ନାୟକ ଗିରଫ ହୋଇଥିଲେ।

Comment