ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘବର୍ଷ ଧରି ସରକାରୀ ସ୍ତରରେ ଅଲୋଡ଼ା ହୋଇପଡ଼ିଥିବା ଓଡ଼ିଆ ଭାଷା ସାହିତ୍ୟର କର୍ଣ୍ଣଧାର ବ୍ୟସକବି ଫକୀରମୋହନ ସେନାପତିଙ୍କ ପାଇଁ ଓଡ଼ିଶା ସରକାର ଦରଦ ଦେଖାଇଛନ୍ତି। ତାଙ୍କ ଶ୍ରାଦ୍ଧ ଓ ଜୟନ୍ତୀ ଏଣିକି ସରକାରୀ ସ୍ତରରେ ପାଳନ କରାଯିବ। ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ପୁରୀରେ ଅନୁଷ୍ଠିତ  ରାଜ୍ୟ କ୍ୟାବିନେଟ୍ର ସ୍ଵତନ୍ତ୍ର ବୈଠକର ନିଷ୍ପତ୍ତି ଅନୁସାରେ ରାଜ୍ୟର କୋଣ ଅନୁକୋଣରେ ଝଙ୍କୃତ ହେବ ବ୍ୟାସକବିଙ୍କ ଜୀବନାଦର୍ଶ।

ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ଜୀବନବ୍ୟାପୀ ସଂଗ୍ରାମ ଚଳାଇଥିବା ପ୍ରାତଃସ୍ମରଣୀୟ ଫକିରମୋହନଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ସରକାରୀଭାବେ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବାପରେ ରାଜ୍ୟ ସଂସ୍କୃତି ବିଭାଗ ତତ୍ପର ହୋଇଉଠିଛି। ଆସନ୍ତା ୧୪ତାରିଖରେ ବ୍ୟାସକବିଙ୍କ ୧୭୫ ଜୟନ୍ତୀ ପାଳନ ପାଇଁ ସଂସ୍କୃତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ କରାଯିବ ରାଜ୍ୟସ୍ତରୀୟ କମିଟି। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଅନ୍ୟ ଅନୁଷ୍ଠାନ ସହଯୋଗରେ ବ୍ୟାସକବିଙ୍କ ଜନ୍ମସ୍ଥାନ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ସ୍ତରରେ ପାଳନ ହେବ ଏହି ମହାମନିଷିଙ୍କ ପୁଣ୍ୟ  ଜନ୍ମତିଥି।

Comment